୨୦ ବର୍ଷ ବାୟୁସେନାରେ ସେବା ପରେ ଅବସର, ଖଡ଼ିଆଳରେ ବିଜେନ୍ଦ୍ର ଦଳପତିଙ୍କୁ ଭବ୍ୟ ସ୍ୱାଗତ
ଖଡ଼ିଆଳ, ୦୫/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦମାପଲା ଗ୍ରାମର ସ୍ୱର୍ଗତ ପିତାମ୍ବର ଦଳପତି ଓ ସହ ଧର୍ମିଣୀ ଭୂମିସୂତା ଦଳପତି ଙ୍କ ପୁଅ ବିଜେନ୍ଦ୍ର ଦଳପତି ଭାରତର ରାଜସ୍ଥାନର ପ୍ରସିଦ୍ଧ ସ୍ଥାନ ମାଉଣ୍ଟ ଆବୁ ଠାରେ ବାୟୁସେନା ରେ ସାର୍ଜେଣ୍ଟ ଅଫିସର ଭାବେ କାର୍ଯ୍ୟ କରି ୨୦୨୬ ମସିହା ଜୁନ ମାସ ୩୦ ତାରିଖ ରେ ଅବସର ଗ୍ରହଣ କରିଥିଲେ। ଆଜି ସେ ଚାକିରି ସ୍ଥଳରୁ ଖଡ଼ିଆଳ ପହଞ୍ଚିଲା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହିତ ଖଡ଼ିଆଳ ଆମ୍ବେଦକର ଛକ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ପରିକ୍ରମା କରାଯାଇଥିଲା। ପରେ ନିଜ ଗ୍ରାମ ଦମାପଲା ଠାରେ ମଧ୍ୟ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ମିଲିଟାରି ଅଫିସର ନିମାଇଁ ଚରଣ ତାଣ୍ଡି ସମେତ ବିଜେନ୍ଦ୍ର ଦଳପତି ସାଙ୍ଗ ସାଥି, ସହ ପାଠୀ, ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ ମାନେ ସହ ସହ ସଂଖ୍ୟାରେ ସାମିଲ ହୋଇଥିଲେ। ସୂଚନା ଥାଉକି ବିଜେନ୍ଦ୍ର ଦଳପତି ୨୦୦୬ ମସିହାରେ ବାୟୁସେନାରେ ୧୯ ବୟସରେ ଯୋଗଦାନ କରି ଦୀର୍ଘ ୨୦ ବର୍ଷ ଚାକିରି କରି ୩୯ ବର୍ଷ ବୟସରେ ଅବସର ଗ୍ରହଣ କରିଥିଲେ।