Hot Posts

6/recent/ticker-posts

ଜଙ୍ଗଲରେ ଫୁଟୁଥିବା ଅଜଣା ଛତୁ ଖାଈ ୯ ଜଣ ଗୁରୁତର

ଦାରିଙ୍ଗବାଡ଼ି,  ୨୩/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଘଟିଛି ଏକ ଅଭାବନୀୟ ଘଟଣା ଜଙ୍ଗଲ ର ଅଜଣା ଛତୁ ଖାଇ ଦୁଇ ପରିବାରର ୯ ଜଣ ବ୍ୟକ୍ତି ଅସୁସ୍ଥ ହୋଇ ଥିବା ଖବର ହସ୍ତଗତ ହୋଇଛି।  ସୂଚନା ଅନୁଯାୟୀ ଗଦାପୁର ଗ୍ରାମର ବିନୟ କାନ୍ତ ନାୟକ ଙ୍କ ପରିଵାର ଲୋକେ କୌଣସି କାମରେ ଜଙ୍ଗଲ କୁ ଯାଇଥିଲେ ବର୍ଷା ଦିନ ତଥା ଶ୍ରାବଣ ମାସ ରେ ଜଙ୍ଗଲ ରେ ବିଭିନ୍ନ ପ୍ରକାରର ଛତୁ ଦେଖାଦେଇ ଥାଏ ତେବେ ଜଙ୍ଗଲ ରୁ ଛତୁ ଆଣି ଘରେ ରୋଷେଇ କରି ଖାଇଥିଲେ ତେବେ କୌଣସି କାରଣ ରୁ ପରିଵାର ରେ ଛତୁ ଖାଇଥିବା ଲୋକଙ୍କୁ ଝାଡ଼ା ଓ ବାନ୍ତି ହେବାରୁ ତୁରନ୍ତ ବ୍ରାହ୍ମଣୀଗାଁ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ । ବିନକାନ୍ତ ଙ୍କ ସମେତ ତାଙ୍କ ପରିବାର ର ଟିକିନା ନାଏକ(୨୬), ଅର୍ଚ୍ଚନା ନାଏକ (୩୦), ମାରିଆ ନାଏକ (୬୨), ବାଲବନ ନାଏକ (୨୯), ଅଖିଳ ନାଏକ (୨୫), ରୀତା (୩୨) ଅସୁସ୍ଥ ହୋଇ ଥିବା ବେଳେ ଝିଞ୍ଜିରିଗୁଡା ପଞ୍ଚାୟତ ର ଉଲିପଦର ଗ୍ରାମର ବାବୁଲା ପାତ୍ର (୪୦), ଜେମା ପାତ୍ର (୪୫), ଧୀରା ପାତ୍ର (୧୮) ମଧ୍ୟ ସେହିପରି ଛତୁ ଖାଇ ଅସୁସ୍ଥ ହେବାରୁ ବ୍ରାହ୍ମଣୀଗାଁ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତଥା ମେଡିକାଲ ଟିମ୍ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ପରେ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ଘରକୁ ଯାଇ ବିଶ୍ରାମ ନେବାକୁ ମେଡିକାଲ୍ ପକ୍ଷରୁ କୁହାଯାଇଛି ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର