Hot Posts

6/recent/ticker-posts

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ କଚ୍ଛପ ଓ ବରାହ ଅବତାର ବେଶ , ଭକ୍ତି ସଙ୍ଗୀତରେ ବିଭୋର ଶ୍ରଦ୍ଧାଳୁ

କଳାହାଣ୍ଡି, ୨୦/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ମାଉସୀ ମନ୍ଦିରର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଦ୍ୱିତୀୟ ଦିନରେ ମହାପ୍ରଭୁ ଜଗନ୍ନାଥ କଚ୍ଛପ ଅବତାର ରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ରବିବାର ତୃତୀୟ ଦିନରେ ଜଗନ୍ନାଥ ମହାପ୍ରଭୁଙ୍କ ବରାହ ଅବତାର ବେଶ ଅନୁଷ୍ଠିତ ହୋଇଥିଲା। ବଡ଼ି ଭୋରରୁ ବିଳମ୍ବିତ ରାତ୍ରି ଯାଏଁ ମାଉସୀ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ମାଉସୀ ମନ୍ଦିର ପରିସରରେ ୯ ଦିନ ବ୍ୟାପୀ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ଭଜନ ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ତୃତୀୟ ଭଜନ ସନ୍ଧ୍ୟାରେ କାହ୍ନା ମ୍ୟୁଜିକ ରୋହିତ ଦୁର୍ଗା ଓ ସାଥୀ ଭଜନ ପରିବେଷଣ କରିଥିଲେ। ତୃତୀୟ ସନ୍ଧ୍ୟାରେ ଶିକ୍ଷାବିତ୍ ଡ଼ ଅଜୟ ମିଶ୍ର, ବିଶିଷ୍ଟ କଳାକାର ପ୍ରଭାସ ଚନ୍ଦ୍ର ମିଶ୍ର,ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ସଞ୍ଜୟ କୁମାର, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ଅକ୍ଷୟ କୁମାର ଦାଶ, ପ୍ରତିଭାର ସଭାପତି ଧ୍ୟାନାନନ୍ଦ ପଣ୍ଡା, ସଙ୍ଗୀତଜ୍ଞ ମନୋରଞ୍ଜନ ପାଢ଼ୀ ଓ ସମାଜ ସେବୀ ଦୁଷ୍ମନ୍ତ ପ୍ରଧାନ ଅତିଥି ଭାବରେ ଯୋଗଦେଇ ଭଜନ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ସାଢେ଼ ୧୦ ଟା ଯାଏଁ ଭରପୂର ଦର୍ଶକ ଭଜନ ସମାରୋହର ଆନନ୍ଦ ଉପଭୋଗ କରିଥିଲେ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ