ଏସ୍ସିବି ମେଡିକାଲ ପରିସରରେ କେଏମସି ପକ୍ଷରୁ ଦ୍ଵିତୀୟ ‘ଆହାର କେନ୍ଦ୍ର’ ଉଦଘାଟିତ ।
କଟକ, ୦୯/୦୭ ( କାହୁଁ ଚରଣ ବାରିକ ) : ଏସ୍ସିବି ମେଡିକାଲ ପରିସରରେ କେଏମସି ପକ୍ଷରୁ ଦ୍ଵିତୀୟ ‘ଆହାର କେନ୍ଦ୍ର’ ଉଦଘାଟିତ । ଦୈନିକ ୧୦୦୦ ଲୋକଙ୍କୁ ମିଳିବ ଆହାର । ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ପୌଷ୍ଟିକ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଆଉ ଏକ ନୂତନ ‘ଆହାର କେନ୍ଦ୍ର’ ନିର୍ମାଣ କରାଯାଇଛି । ବୁଧବାର ଅପରାହ୍ନରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି ।