ଆକାଶ ରଞ୍ଜନ ମୁଣ୍ଡ କୁ ସାଇନିଂ କିଡ୍ସ ୱର୍ଲ୍ଡ ବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା ।
କଳାହାଣ୍ଡି, ୧୦/୦୭ ( ରିତେଶ କୁମାର ମୁଣ୍ଡ ) : ୧୦ ଜୁଲାଇ , ୨୦୨୬ ଶୁକ୍ରବାର ଦିନ ସାଇନିଂ କିଡ୍ସ ୱାର୍ଲ୍ଡ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ , ଓ ଛାତ୍ର ଛାତ୍ରୀ ମାନେ , ବାଜା ବଜେଇ, , ହୁଲ ହୁଲି ଦେଇ ଅତି ଆଡ଼ମ୍ବରରେ ପାରାବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏଠାରେ କଳାହାଣ୍ଡି ସମଦୃଷ୍ଟି କ୍ଷମତା ବିକାଶ ( ସକ୍ଷମ ) ର ସଦସ୍ୟ ଶ୍ରୀ ବିସେଶ୍ୱରି ପ୍ରଧନୀ , ଶ୍ରୀ ରାଜେଶ କୁମାର ଭୈରୋମଲ ତାଙ୍କୁ ମାଲ୍ୟାର୍ପଣ କରି ସୁବେଚ୍ଛା ଜଣାଇଥିଲେ। ବ୍ରାହ୍ମଣ ସମାଜ ଜୁନାଗଡ ଓ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡଃ ପ୍ରବୀର କୁମାର ଗୋଏଲ ମାନପତ୍ର ପଦାର୍ପଣ କରି ଥିଲେ , ଉପସ୍ଥିତ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ ଦଣ୍ଡସେନା ବକ୍ତବ୍ୟ ଦେଇଥିଲେ । ଶ୍ରୀ ମୁଣ୍ଡ ସମସ୍ତ ଶ୍ରେଣୀ କକ୍ଷ କୁ ଭ୍ରମଣ କରି , ଛାତ୍ର ଓ ଛାତ୍ରୀ ମାନଙ୍କ ସହିତ ମିଶି କିପରି ଭାବରେ ନିଜ ସ୍ବପ୍ନ କୁ ପୂର୍ଣ୍ଣ କରିବା ତାହା ନେଇ ସେ ଅଭିପ୍ରେରଣା ଦେଇଥିଲେ ।