Hot Posts

6/recent/ticker-posts

୨ ମାସ ନ ପୂରୁଣୁ ଭୁଶୁଡ଼ିଲା ୩ କୋଟିର ରାସ୍ତା, ଯାତାୟାତ ବ୍ୟାହତ

କଟକ, ୦୫/୦୭ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ସାଲେପୁର ଶିଶୁଆ ମଢଙ୍ଗା ପ୍ରଧାନମନ୍ତ୍ରୀ ସଢକ ଯୋଜନାରେ ନିର୍ମିତ ରାସ୍ତାର ବାରବାରୀ ନିକଟରେ ନିର୍ମିତ ପୋଲକୁ ଲାଗିଥିବା ରାସ୍ତା ଲଗାଣ ବର୍ଷାରେ ଭୁଶୁଡି ପଡିବାରୁ ଯାତାୟାତରେ ବାଧାପ୍ରାପ୍ତ ଦେଖାଦେଇଛି। ଏହି ରାସ୍ତାଟି କଟକ ଚାନ୍ଦବାଲି ମୁଖ୍ୟ ରାସ୍ତାର ସାଲେପୁର ଶିଶୁଆ ନିକଟରେ ସଂଯୋଗ କରୁଥିବାରୁ ହଜାରହଜାର ସଂଖ୍ୟାରେ ଲୋକମାନେ ଯାତାୟାତ ସହ ଅଗ୍ନିଶମ ଓ ଆମ୍ବୁଲାନ୍ସ ଯାତାୟାତ କରିଥାନ୍ତି। ୩କୋଟି ଟଙ୍କା ଉର୍ଦ୍ଧ୍ବ ବ୍ୟୟରେ ନିର୍ମିତ ରାସ୍ତା ୨ମାସ ନ ପୁରୁଣୁ ଦାବିବା ସହ ଭୁଶୁଡିବାକୁ ଲାଗିଲାଣି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମାନମାନି ପାଇଁ ନିମ୍ନମାନର କାମ ଯୋଗୁ ଆଷାଢ଼ ମାସ ଆରମ୍ଭରେ ଲଗାଣ ବର୍ଷାରେ ଦବିବା ସହ ଭୁଶୁଡି ପଡିବାରୁ ଯାତାୟାତ ରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ।