Hot Posts

6/recent/ticker-posts

ବାସସ୍ଥାନ ଯୋଜନାରୁ ବଞ୍ଚିତ ଦିନମଜୁରିଆ ପରିବାର, ପାଲ ତଳେ କଟୁଛି ଜୀବନ

ନୟାଗଡ଼, ୦୫/୦୭ ( ସୁଧୀର କୁମାର ଦାସ ) : ନୟାଗଡ଼ ଜିଲ୍ଲା ସରଣକୁଳ ନିକଟସ୍ଥ ଶିଖରପୁର ପଞ୍ଚାୟତର ବିଜୟ ପ୍ରଧାନ ନାମକ ଜଣେ ଦିନମଜୁରିଆ ସରକାରୀ ବାସସ୍ଥାନ ଯୋଜନାର ସୁବିଧାରୁ ବଞ୍ଚିତ ରହି ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ପରିବାର ସହ ପାଲ ତଳେ ଜୀବନ ବିତାଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବିଜୟ ପ୍ରଧାନ ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ତାଙ୍କ ପରିବାରରେ ପତ୍ନୀ ଓ ତିନି ଜଣ ଝିଅ ରହିଛନ୍ତି। ସ୍ଥାୟୀ ଘର ନଥିବାରୁ ବର୍ଷା ଋତୁରେ ସେମାନଙ୍କ ଦୈନନ୍ଦିନ ଜୀବନ ଅଧିକ କଷ୍ଟଦାୟକ ହୋଇପଡ଼ିଛି। ବାସସ୍ଥାନ ଯୋଜନାରେ ସାମିଲ କରିବା ପାଇଁ ବିଜୟ ପ୍ରଧାନ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଧିକାରୀମାନେ ସ୍ଥଳ ପରିଦର୍ଶନ କିମ୍ବା ତଦନ୍ତ କରିବାକୁ ଆସିନଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକମାନେ ଓ ପରିବାର ପକ୍ଷରୁ ବ୍ଲକ ପ୍ରଶାସନଙ୍କୁ ତୁରନ୍ତ ଘଟଣାର ତଦନ୍ତ କରି ଯୋଗ୍ୟତା ଆଧାରରେ ବିଜୟ ପ୍ରଧାନଙ୍କୁ ସରକାରୀ ବାସସ୍ଥାନ ଯୋଜନାରେ ସାମିଲ କରି ଏକ ପକ୍କା ଘର ଯୋଗାଇ ଦେବାକୁ ଦାବି କରାଯାଇଛି।


– ସୁଧୀର କୁମାର ଦାସ, ନୟାଗଡ଼