Hot Posts

6/recent/ticker-posts

ତୁହାକୁ ତୁହା ବର୍ଷା ରେ ଭାଙ୍ଗିଲା ଅସହାୟ ମହିଳାଙ୍କ ବାଉଁଶ ଚାଳ କୁଡ଼ିଆ.।

ଥୁଆମୂଳ ରାମପୁର, ୦୬/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ର ବିକାଶ ର ପର୍ବ ଯାକଯମକ ରେ ପାଳିତ ହୋଇସାରିଛି କିନ୍ତୁ ପ୍ରକୃତରେ ନିରୀହ ଗରିବ ଅସହାୟ ମହିଳା ସ୍ବାଧୀନତା ର ୭୮ ବର୍ଷ ବିତି ଯାଇଥିଲେ ବି ଭଙ୍ଗା ଦଦରା ଚାଳ କୁଡ଼ିଆ ରେ ବର୍ଷ ବର୍ଷ ଭୋକ ଉପାସରେ ଦିନ କାଟୁଛନ୍ତି ନା ଅଛି ତାଙ୍କ ପାଖରେ ରାସନ କାର୍ଡ ନାଁ ମିଳୁଛି ସରକାରୀ ସୁବିଧା l ଏବଂ ଏ ବର୍ଷର ପ୍ରଥମ ତିନି ଦିନ ଲାଗି ରହି ଥିବା ଝିପି ଝିପି ବର୍ଷାରେ ଗୁଣପୁର ପଞ୍ଚାୟତ ର ସାଇସୁରୁନି ସାପ୍ତାହିକ ବଜାର ପାଖରେ ଥିବା ସ୍ୱାମୀ ପରୀତ୍ଵକତା ଅସହାୟ ମହିଳା ପ୍ରଣତି ମାଝୀ ଓ ତାଙ୍କ ଏକ ମାତ୍ର ଆଠ ବର୍ଷର ଝିଅ ସ୍ବାଧୀନ ବିଶିଙ୍କ ବାଉଁଶ ଚାଳ କୁଡ଼ିଆ ଘର ଭୁଶୁଡି ପଡିଛି l ପାଞ୍ଚ ତାରିଖ ପାହାଁତିଆ ସକାଳୁ ଭୁଶୁଡି ପଡିବାରୁ ତାଙ୍କର ଜିନିଷ ପତ୍ର ଭିଜି ନଷ୍ଟ ହୋଇ ଯାଇଛି କିନ୍ତୁ ସକାଳୁ ସନ୍ଧ୍ୟା ସମୟ ହେଲାଣି ଅସହାୟ ମହିଳା ର ଏଭଳି ପରିସ୍ଥିତି ରେ ତାଙ୍କ ପାଖରେ ପ୍ରଶାସନ ପହଂଚିଛି ନା ଜନ ପ୍ରତିନିଧି l ଜିଲ୍ଲା ସ୍ତର କି ବ୍ଲକସ୍ତରର ଦୂରର କଥା ପଂଚାୟତ ସ୍ତରରୁ ମଧ୍ୟ କିଏ ପହଂଚି ନାହାନ୍ତି ଖବର ସଂଗ୍ରହ କରିବା ପର୍ଯ୍ୟନ୍ତ l ସ୍ଥାନୀୟ ଲୋକେ ସରପଞ୍ଚ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ପଂଚାୟତ ରୁ ସରପଞ୍ଚ, ପି ଇ ଓ, କି, ଏ ଡି ଇ ଓ କେହି ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ପହଂଚି ନଥିବା ଘୋର ଦୁଃଖର ବିଷୟ ଏହା ହେଉଛି ସରକାରଙ୍କ ସ୍ୱଚ୍ଛ ଶାସନ ଓ ବିକାଶ l କିନ୍ତୁ ପାଖ ପୋଡ଼ସୀ ତାଙ୍କର ଏ ଅବସ୍ଥା ଦେଖି ତାଙ୍କ ଘରେ ଆଶ୍ରୟ ଦେଇଥିବା ସୂଚନା ମିଳିଛି। ଦେଖାଯାଉ ଖବର ପ୍ରଶାରଣ ପରେ ସରକାର ଙ୍କ ତପ୍ତରତା ଓ କାର୍ଯ୍ୟକାରୀତା l 


କଳାହାଣ୍ଡି ଜିଲ୍ଲା ପ୍ରତିନିଧି

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ