କଳାହାଣ୍ଡି, ୧୧/୦୭ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବିଧାନସଭା କ୍ଷେତ୍ରରେ ସାଂସଦୀୟ ଜନଜାତି ବିକାଶ ସଂକୁଳ ଯୋଜନାର ଶୁଭାରମ୍ଭ ଅବସରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ତାଙ୍କ ସହ ଲାଞ୍ଜିଗଡ଼ ବିଧାୟକ ରମେଶ ଚନ୍ଦ୍ର ମାଝୀ, ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ସାଧାରଣ ସମ୍ପାଦକ ଗୌତମ କୁମାର ନାଗ, ଉପସଭାପତି ସୁନୀଲ ବାଗ, ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷ ରାୟ, ମଣ୍ଡଳ ସହ-ପ୍ରଭାରୀ ସୁବାସ ଚନ୍ଦ୍ର ଅଗ୍ରୱାଲ, ଲାଞ୍ଜିଗଡ଼ ମଣ୍ଡଳ ପ୍ରଭାରୀ ତୋଫାନ ସୁନାନୀ ଏବଂ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରାଙ୍କ ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଅବସରରେ ବିଜେପୁରଠାରେ ବହୁ ସଂଖ୍ୟକ ଲୋକ ବିଜେପିରେ ଯୋଗଦାନ କରିଥିବା ବେଳେ ଏକ ମିଶ୍ରଣ ପର୍ବ ମଧ୍ୟ ଆୟୋଜିତ ହୋଇଥିଲା। ସେହିପରି ଜଗନ୍ନାଥ ମନ୍ଦିର ପାଇଁ ଭୂମି ପୂଜା ସମ୍ପନ୍ନ କରାଯାଇଥିବା ସହ ଭଟାଙ୍ଗପଦର କମ୍ୟୁନିଟି ହଲ୍ର ଶୁଭ ଉଦ୍ଘାଟନ କରାଯାଇଥିଲା।ପରେ ସାଂସଦ ଓ ଅନ୍ୟ ଜନପ୍ରତିନିଧିମାନେ ଗୁଣ୍ଡ୍ରି ଅଞ୍ଚଳର ଏଡବ୍ଲ୍ୟୁଏସ୍ (AWS) ବିଲ୍ଡିଂ ପରିଦର୍ଶନ କରି ସେଠାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ସମିତି ସଭ୍ୟ ରୁପେନ ଛତ୍ରିଆ, ଭାଗୀରଥି ଢଙ୍ଗଡ଼ାମାଝୀ, ଖୁସିରାମ ଗୌଡ଼ଙ୍କ ସମେତ ବହୁ ସ୍ଥାନୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
– ଶେଖର ସୁମନ ଦାଶ, କଳାହାଣ୍ଡି (ନବଦୂତ ନ୍ୟୁଜ୍)

