Hot Posts

6/recent/ticker-posts

ଆଜି ଖରିଫ ଋତୁ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାର ରୁ ଜଳ ଯୋଗାଣ ଆରମ୍ଭ

କଳାହାଣ୍ଡି, ୧୧/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ମଙ୍ଗଳପୁର ବ୍ୟାରେଜ ରୁ ଆଗାମୀ ଖରିପ ଫସଲ ଚାଷ ପାଇଁ ଆଜି ଉଭୟ କେନାଲ ଏବଂ ଉଠାଜଳସେଚନ ମାଧ୍ୟମରେ ପାଣି ଛଡା ଗଲା. ବର୍ତମାନ ସୁଦ୍ଧା ବର୍ଷା ନାହିଁ ଫଳରେ ଚାଷୀଙ୍କୁ ତଳି କିଆରି ପ୍ରସ୍ତୁତି ପାଇଁ ବାଧା ଶୃଷ୍ଟି ହୋଇଛି. ଏଥିପାଇଁ ପାଣିର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ନିଷ୍ପତି ନିଆ ଯାଇଥିବା ବିଭାଗୀୟ କର୍ତୃପକ୍ଷ କହିଛନ୍ତି.ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା 8 ଟି ବ୍ଲକ ର 501 ଗାଁ ର 1 ଲକ୍ଷ 18 ହଜାର 90 ହେକ୍ଟର ଚାଷ ଜମି ପାଇଁ ଚାଷ ଜମିକୁ ଫସଲ ଚାଷ ନିମନ୍ତେ ପାଣି ଯୋଗାଣ ର ବ୍ୟବସ୍ତା ରହିଛି.ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜଳ ଭଣ୍ଡାର ରେ ଜଳସ୍ତର ଆଶାନୁରୂପକ ନାହିଁ. ବର୍ତମାନ ସୁଦ୍ଧା ଜଳ ଭଣ୍ଡାରରେ 628,48 ମିଟର ପାଣି ମହଜୁଦ ଅଛି. ଗତ ବର୍ଷ ଏହି ଦିନ 629,04 ପାଣି ରହିଥିଲା. ଅନ୍ୟପକ୍ଷରେ ଏଲ ନିନୋ ପ୍ରଭାବ ଯୋଗୁଁ ଏ ଯାଏଁ ମୌସୁମୀ ବର୍ଷା ର ସେତେ ସୁଫଳ ମିଳି ନାହିଁ.ଯାହାକି ଆଗାମୀ ଦିନରେ ବର୍ଷା ନ ହେଲେ କେନାଲ ପାଣି ଉପରେ ତାର ପ୍ରଭାବ ପକାଇବା ନିଶ୍ଚିତ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି.ତେବେ କେନାଲ ପାଣି ଚାଷ ଜମିକୁ ପହଞ୍ଚିଲେ ହିଁ ଚାଷୀ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିବେ


କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ