ମହାଆଢମ୍ଭ ରେ ପାଳିତ ହେଲା ଲୁଣିଆଗ୍ରାମର ରଥଯାତ୍ରା
ଭଦ୍ରକ, ୧୭/୦୭ ( ନବଦୂତ ) : ସୂଚନା ମୁତାବିକ, ଧାମନଗରବ୍ଲକ ଏନଏ,ସି ଅଧିନସ୍ତ ଦୈବ୍ୟପୀଠ ରକ୍ତସ୍ମାତ ଲୁଣିଆ ଗ୍ରାମରେ ବହୁ ଜନ ସମାଗମ୍ୟ ରେ ରଥଯାତ୍ରା ପାଳିତ ହୋଇଛି।ଲୁଣିଆ ଗ୍ରାମ ୨ ନମ୍ଵର ୱାର୍ଡ ରେ ଜୟ ଜଗନାଥ ଯୁବକ ସଂଘ ତରଫରୁ ଏ ବର୍ଷ ୧୬ତମ ବାର୍ଷିକ ରଥଯାତ୍ରା ଅନୁଷ୍ଟିତ।ଜଗନ୍ନାଥ ଙ୍କ ରୀତିନୀତି ଅନୁଯାଇ ଲୁଣିଆ ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି ଶ୍ରୀ ଅଛୁତା ସାହୁଙ୍କ ତରଫରୁ ଜଗନ୍ନାଥ ଙ୍କ ରଥ ଓ ମନ୍ଦିର ପ୍ରାଙ୍ଗଣରେ ଛେରା ପହଁରାକାର୍ଯ୍ୟ ତୁଲାଇ ଥିଲେ,ତଥା ଯୁବକସଂଘମାନେ ଗ୍ରାମବାସୀଓ ପଥଚାରି ମାନଙ୍କୁ ଜଗନ୍ନାଥ ଙ୍କ ପ୍ରସାଦଭୋଜନ କରାଇଥିଲେ,କାର୍ଯ୍ୟଅନ୍ତେ ବହୁ ଜାକଜମକ ବାଦ୍ୟ ସରଞ୍ଜାମ,ଘଣ୍ଟଝାଞ୍ଜ ରେ ଜଗନ୍ନାଥ ମହାପ୍ରଭୁ ଙ୍କୁ ଗ୍ରାମର ମହିଳା ଓ ପୁରୁଷ ଭକ୍ତ ମାନେ ରଥରେପ୍ରଭୁ ଜଗନ୍ନାଥ ଙ୍କୁ ବସାଇ ଆନନ୍ଦରେ ମାଉସୀ ଘରକୁ ବିଜେ କରାଇ ଥିଲେ। ଅନ୍ୟପଟେ ମଧ୍ୟ ଲୁଣିଆ ଗ୍ରାମ ୧୧ନମ୍ଵର ୱାର୍ଡ ରେ ଶ୍ରଦ୍ଧାଳୁ ମାନେପ୍ରତେକବର୍ଷ ପରି ଏବର୍ଷମଧ୍ୟ ରଥରେ ଶ୍ରୀ ଜଗନାଥଙ୍କୁ ମାଉସୀଘରକୁ ପଦାର୍ପଣ କରାଇଥିଲେ। ଆଖପାଖ ଅଞ୍ଚଳ ଯଥା ଅସୁରଲୀ, ପଥର ଡିହ, ଆନନ୍ଦବଜାର,ଅର୍ଣ୍ଣପାଳ ପରି ବହୁଅଞ୍ଚଳ ରେ ରଥଯାତ୍ରା ପାଳିତ ହୋଇ ଥିବାରୁ ସୂଚନା ମିଳିଛି।