Hot Posts

6/recent/ticker-posts

ଫୁଲବାଣୀ ଠାରେ ଗୋ ସୁରକ୍ଷା ସମ୍ମାନ ଅଭିଯାନରେ ଯୋଗ ଦେଲେ ବୣନ୍ଦାବନର ସାଧ୍ୱୀ ଗୀତା ଦେବୀ।

ଟିକାବାଲି, ୨୯/୦୭ ( ବାଳକୃଷ୍ଣ କହଁର ) : ଦେଶରେ ଗୋମାତାଙ୍କ ସୁରକ୍ଷା ନେଇ ସାଧୁସନ୍ଥମାନେ ଜନସାଧାରଣଙ୍କୁ ସଚେତନ କରିବା ସହିତ ସରକାର ଗୋ ତସ୍କରୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଫୁଲବାଣୀ ମାଦିକୁନ୍ଦା ଛକରୁ ସାଧୁସନ୍ଥ ଓ ବିଭିନ୍ନ ସଂଗଠନର ବ୍ୟକ୍ତି ଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଗୋମାତାଙ୍କ ସୁରକ୍ଷା ପାଇଁ ସ୍ଲୋଗାନ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଗୋମାତାକୁ ରାଷ୍ଟ୍ରମାତା ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଗାଇ ଆମକୁ ପୁଷ୍ଟିକର ଖାଦ୍ୟ, ଜୈବିକ ଖାଦ୍ୟ ଯୋଗାଇ ଦେବା ସହ କୃଷି ଓ ପରିବହନ ରେ ସହଯୋଗ କରୁଛି। କିନ୍ତୁ ଆମେ ଜନସାଧାରଣ ତା ପ୍ରତି ନିଷ୍ଠୁର ଆଚରଣ କରୁଛୁ। କଂସେଇକୁ ବିକ୍ରି କରୁଛୁ। ସନାତନ ଧର୍ମରେ ଗୋମାତାକୁ ପୂଜା କରୁଥିବାବେଳେ ଅନ୍ୟ ଏକ ସଂମ୍ପ୍ରଦାୟର ଲୋକ ମାନେ କାଟି ଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଗୋତସ୍କରୀ ଗୋଚାଲାଣକାରୀ ମାନଙ୍କୁ ଚିହ୍ନଟ କରି କଠୋର ଦଣ୍ଡ ବିଧାନ କରିବା ଆବଶ୍ୟକ, ବୋଲି ବୃନ୍ଦାବନ ରୁ ଗୋମାତାର ସୁରକ୍ଷା ପାଇଁ ଆସିଥିବା ସାଧ୍ୱୀ ଗୀତାଦେବୀ କହିଥିଲେ। ସରକାର ଗୋ ପାଳନ ପାଇଁ ଅଗ୍ରାଧିକାର ଭିତ୍ତିରେ କଲ୍ୟାଣ କାରୀ ଯୋଜନା ପ୍ରଣୟନ କରି ଆବଶ୍ୟକ । ଗୋ ମାତାର ସେବା ଓ ସୁରକ୍ଷା ପାଇଁ ସ୍ଥାନୀୟ ଜନ ସାଧାରଣ ଆଗକୁ ଆସିବା ଦରକାର। ସରକାର ଗୋମାତାକୁ ରାଷ୍ଟ୍ରୀୟ ମାତା ଘୋଷଣା କରିବାକୁ ଦାବି କରିଥିଲେ। ଏହି ଅଭିଯାନ ଗତ ମାର୍ଚ୍ଚ ମାସରୁ ଦେଶର ସାଧୁସନ୍ଥ ମାନଙ୍କ ଦ୍ଵାରା ଆହ୍ୱାନ କରାଯାଇଛି। ସରକାର ଗୋମାତାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣି କଠୋର ପଦକ୍ଷେପ ନ ନେଲେ ଆଗାମୀ ସେପ୍ଟେମ୍ବର ମାସରେ ଶହଶହ ସଂଖ୍ୟାରେ ବିଶିଷ୍ଟ ପୂଜ୍ୟ ସାଧୁସନ୍ଥମାନେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି। ଜିଲ୍ଲାରେ ନିରଞ୍ଜନ ପାଣ୍ଡେଙ୍କ ନେତୃତ୍ୱ ରେ ଚିନ୍ମୟ ମିଶନର ସ୍ଵାମୀ ନିଗମାନନ୍ଦ, ରାଇକିଆ ଆରସି ଗୁରୁକୁଳ ବିଦ୍ୟାଳୟ ର ଅନ୍ତେବାସୀଙ୍କ ସହ ଗଜପତି ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ଗୌଡ଼, ସମାଜିକ କର୍ମୀ ଅଶୋକ ପରିଡା, ଫୁଲବାଣୀ ଗାୟତ୍ରୀ ପୀଠର ସିମାଞ୍ଚଳ ବେହେରା, ଜଗନ୍ନାଥ ସାହାଣୀ, ମହେନ୍ଦ୍ର ସୁବୁଦ୍ଧି, କୣଷ୍ଣଚନ୍ଦ୍ର ସେନାପତି, ଶିବଶଙ୍କର ସାହୁ, କୁନ୍ଦନ ସିଂ, ଶ୍ୟାମ ସୁନ୍ଦର ପଣ୍ଡା, ସୁଜିତ ପାତ୍ର ଓଂ ପ୍ରକାଶ ପ୍ରଧାନ ଙ୍କ ସମେତ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଂଗଠନର ପ୍ରତିନିଧି ମାନେ ଗୋ ସମ୍ମାନ ସୁରକ୍ଷା ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଗୋମାତା ପାଳନ କରିବା ସହ ସୁରକ୍ଷା ଓ ଗୋସେବା ପ୍ରତ୍ୟେକର କର୍ତ୍ତବ୍ୟ ହେବ ଆବଶ୍ୟକ ବୋଲି ବୃନ୍ଦାବନରୁ କନ୍ଧମାଳ ଆସିଥିବା ସାଧ୍ୱୀ ଗୀତାଦେବୀ କହିଥିଲେ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ