ସରକାରୀ ନଳକୂପ କୁ ନିଜ ଅକ୍ତିଆର କରିଛନ୍ତି କାଶୀନାଥ ବେମାଲ
କୋକସରା, ୨୦/୦୭ ( ରିତେଶ କୁମାର ମୁଣ୍ଡ ) : ଦିର୍ଘ 25 ବର୍ଷ ପୂର୍ବେ ଧନସରା ନିଆଁଳ ପଡ଼ା ଠାରେ ଏକ ନଳକୂପ ଖୋଲା ଯାଇଛି ହେଲେ ଖୋଲିଥିବା ସ୍ଥାନଟି ସରକାରୀ ଜମି ହୋଇଥିବା ବେଳେ ଗ୍ରାମର ଗ୍ରାମରକ୍ଷୀ କାଶୀନାଥ ବେମାଲ ଜମି ମାଲିକ ବୋଲି ନିଜ ଅକ୍ତିଆର ରଖିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଧନସରା ଗ୍ରାମରୁ. ନଳକୂପ ଖୋଲା ଯାଇଥିବା ବେଳେ ଧଂସରl ଗ୍ରାମର କାଶୀନାଥ ବେମାଲ ନାମକ ବ୍ୟକ୍ତି ନିଜ ଜମିରେ ଖୋଲାଯାଇଥିବା କହି ନିଜ ଅକ୍ତିଆର କରିଥିବା ପଢ଼ାବାସୀ ପ୍ରକାଶ କରିଛନ୍ତି। ଏକଥା କୁ ନେଇ ଏପରିକି ନଳକୂପ ନିଜ ଅକ୍ତିଆରରେ ରଖି ଏକ ତାର ବାଡ଼ ଦେବା ପ୍ରୟାସ କରି ଥିବା ନେଇ ପଢ଼ାବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ କାଶୀନାଥ ବେମାଲ ଯିଏ କି ଧନସରା ଗ୍ରାମର ଗ୍ରାମ ରଖି ସରକାରୀ ନଳକୂପ କୁ କେମିତି ନିଜ ଅକ୍ତିଆର କରିବେ ବୋଲି ସୂଚନା ଦେଇ ଛନ୍ତି ଅଭିଯୋଗ କାରି.ଏ ନେଇ ପାର୍ବତୀ ନିଏଲ, ସୁତା ନିଏଲ, ଯଶୋଦା ନିଏଲ ପଡା ବାସି ଅଭିଯୋଗ କରିଛନ୍ତି.