ଆର. ଏସ. ଷ୍ଟଡି କର୍ଣ୍ଣର (ଲାଇବ୍ରେରୀ )ର ଦ୍ୱିତୀୟ ଶାଖା ର ଭବ୍ୟ ଉଦ୍ଘାଟନ.
କଟକ, ୧୬/୦୭ ( କାହୁଁ ଚରଣ ବାରିକ ) : ଆର. ଏସ. ଷ୍ଟଡି କର୍ଣ୍ଣର ( ଲାଇବ୍ରେରୀ ) ର ଦ୍ୱିତୀୟ ଶାଖା ର ଭବ୍ୟ ଉଦ୍ଘାଟନ. ପ୍ରତିଯୋଗିତା ମୂଳକ ପରୀକ୍ଷାର୍ଥୀ ଙ୍କ ପାଇଁ ମିଳିବ ଶାନ୍ତ, ଆଧୁନିକ ଓ ସୁବିଧାଯୁକ୍ତ ଅଧୟନ ପରିବେଶ, କଟକ, 16, ଜୁଲାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କୁ ସମର୍ପିତ *ଆର. ଏସ. ଷ୍ଟଡି କର୍ଣ୍ଣର (ଲାଇବ୍ରେରୀ )ଦ୍ୱିତୀୟ ଶାଖାର ଭବ୍ୟ ଉଦଘାଟନ ସିଡିଏ ସେକ୍ଟର -7,ମର୍କତ ନଗର ଥାନା ନିକଟସ୍ଥ ପ୍ଲଟ -ଡି /178ଏ ପି ବି ଇଣ୍ଟର ନେସନାଲ ସ୍କୁଲ (ପଛ ପଟ )ନିକଟରେ ଥିବା ପରିସରରେ ଵିଧି ବଧ ଭାବେ ସମ୍ପନ୍ନ ହୋଇଛି, ଏହି ଉଦ୍ଘାଟନ ଅବସରରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ, ପୂର୍ବତନ ବିଧାୟକ ଇଂ ମହମଦ ମୁକିମ, ଶ୍ରୀ ଉପେନ୍ଦ୍ର ସିଂହ, ପିଏନବି ସର୍କଲ ର ଏଜିଏମ ରଞ୍ଜନ ସିଂ, ବିଜେଡି ନେତା ନନ୍ଦ ଲାଲ ସିଂ,ସିଡିଏ ମାରୱାଡି ସମାଜ ଶ୍ରୀ ରମଣ ବାଗେରିଆ,ଓ ସାଜିରାମ ଶର୍ମା, ଶୈଳେଶ କୁମାର ବର୍ମା ପ୍ରମୁଖ ଉପସ୍ଥିତ ଥିଲେ, ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉନତ, ନିରବ, ଆଧୁନିକ ଏବଂ ସମସ୍ତ ସୁବିଧା ସମ୍ବଳିତ ଅଧୟନ ପରିବେଶ ଯୋଗାଇ ଦେବା ଉଦେଶ୍ୟରେ ଏହି ନୂତନ ଶାଖା ପ୍ରତିଷ୍ଠା କରାଯାଇଛି, ବହୁ ବିଶିଷ୍ଠ ଅତିଥି, ଶିକ୍ଷାବିତ, ସମାଜସେବୀ ଓ ସହର ର ଗଣ୍ୟ ମାନ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଶୁଭ ଉଦଘାଟନ କରାଯାଇଥିଲା, ଏହି ଲାଇବ୍ରେରୀ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଶାନ୍ତ ପରିବେଶ, ଆରାମଦାୟକ ଆସନ ବ୍ୟବସ୍ଥା, ଉତ୍ତମ ଆଲୋକ ବ୍ୟବସ୍ଥା, ନିରନ୍ତର ବିଦ୍ୟୁତ ସୁବିଧା, ୱାଇ ଫାଇ, ପାନୀୟ ଜଳ ସହ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ ରହିଛି, ଏହା ଦ୍ୱାରା ପ୍ରତି ଯୋଗିତା ମୂଳକ ପରୀକ୍ଷା ର୍ଥୀମାନେ ଏକାଗ୍ରତା ର ସହ ଅଧ୍ୟୟନ କରି ନିଜର ଲକ୍ଷ୍ୟ ହାସଲ କରି ପାରିବେ ବୋଲି ଆଶା ପ୍ରକାଶ ପାଇଛି, ଏହି କାର୍ଯ୍ୟକ୍ରମ ରେ ମିଡ଼ିଆ ପ୍ରଭାରୀ ରାମ ଗୋପାଳ ଅଗ୍ରୱାଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.