SHG ଗ୍ରୁପର ୩.୯୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା ସଦସ୍ୟା
ଖଡ଼ିଆଳ, ୨୦/୦୬ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଜିପିଏଲଏଫ ଅନ୍ତର୍ଗତ ସଂପୂର୍ଣ୍ଣା ସିଏଲଏଫ ର ୯ ଟି ଏସଏଚଜି ଗ୍ରୁପ ର ମୋଟ ୩ ଲକ୍ଷ ୯୨ ହଜାର ୧୪୧ ଟଙ୍କା ହଡ଼ପ ହୋଇଥିବା ଖଡ଼ିଆଳ ଥାନା ରେ ଅଭିଯୋଗ କରିଛନ୍ତି l ସିଆରପି ଟିଙ୍କି ମେହେର ବିଭିନ୍ନ ସମୟରେ ଧାର, ବ୍ୟବସାୟ ଏବଂ ଅନ୍ୟାନ୍ୟ କାରଣ କହି 9 ଟି ଏସଏଚଜି ଗ୍ରୁପରୁ ଟଙ୍କା ନେଇଥିଲେ l ପରେ ଉକ୍ତ ଏସଏଚଜି ଗ୍ରୁପ ଗୁଡିକ ଟଙ୍କା ଫେରସ୍ତ ମାଗିବା ସତ୍ୱେ ସିଆରପି ଟିଙ୍କି ମେହେର ଟଙ୍କା ଫେରସ୍ତ ନ କରି ବିଭିନ୍ନ ବାହାନା କରି ହଇରାଣ କରୁଥିବା ଅଭିଯୋଗ ହୋଇଛି l ସମ୍ପୃକ୍ତ ସିଆରପି ଜଣଙ୍କ ଟଙ୍କା ହଡ଼ପ କରି ଫେରାର ହୋଇ ଯାଇଥିବା ସନ୍ଦେହ କରି ଖଡ଼ିଆଳ ଥାନା ଦ୍ୱାରସ୍ଥ ହୋଇଛନ୍ତି ଏସଏଚଜି ଗ୍ରୁପ l ସେପଟେ ବ୍ଲକ ରେ ଦାୟିତ୍ୱ ରେ ଥିବା ମିଶନ ଶକ୍ତି ବିଭାଗ ର ବିପିଏମ ଶରତ ଦୀପ କହିଛନ୍ତି ଲିଖିତ ଅଭିଯୋଗ ହେଲେ ବିଭାଗ ଆଡୁ ତଦନ୍ତ ହେବ l