Hot Posts

6/recent/ticker-posts

ବଜ୍ରପାତରେ ଜଣେ ମହିଳା ଗୁରୁତ୍ୱର l

ବାଲେଶ୍ଵର, ୬/୬ ( ପ୍ରଭାକର ମଲ୍ଲିକ ) : ବାଲିଆପାଳ ଥାନା ଅନ୍ତର୍ଗତ ବଡାଶ ଗ୍ରାମର ଜଣେ ମହିଳା ଶନିବାର ଅପରାହ୍ନ ସାଢେ ଚାରିଟା ସମୟ ରେ ହଠାତ ଘଡ଼ ଘଡ଼ି ମେଘ ମାଡ଼ି ଆସୁଥିବାର ଦେଖି ନଡିଆ ଗଛ ମୂଳରେ ଥିବା ଶୁଖିଲା ଜାଳେଣି ଉଠାଇବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଥିବାର ସୂଚନା ମିଳିଛି। ଗୁରୁତ ମହିଳା ଜଣକ ହେଲେ ବଡାଶ ଗ୍ରାମର ବରେନ୍ଦ୍ର ପାତ୍ର ଙ୍କ ସ୍ତ୍ରୀ ବାସନ୍ତି ପାତ୍ର (୪୫)। ବାସନ୍ତୀ ଙ୍କୁ ଚେତା ଶୁନ୍ୟ ଅବସ୍ଥାରେ ପରିବାର ଲୋକ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ବାସନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାର ଜଣାଯାଇଛି ।