Hot Posts

6/recent/ticker-posts

ମିଶନ ଆଶ୍ରା ର ମାନଷିକ ଅନଗ୍ରସର ମହିଳା ଅନ୍ତେବାସୀଙ୍କୁ ମାଆ ଭୈରବୀ ଇଲେକ୍ଟ୍ରିକାଲ ୱାର୍କସ ସଂଘ ପକ୍ଷରୁ ଫଳ ଓ ମିଷ୍ଠାନ ବଣ୍ଟନ।



ମାଲକାନଗିରି, ୬/୬ (ନବଦୂତ ନ୍ୟୁଜ) : ମାଆ ଭୈରବୀ ଇଲେକ୍ଟ୍ରିକାଲ ୱାର୍କସ ସଂଘ ପକ୍ଷରୁ ମିଶନ ଆଶ୍ରା ର ମାନଷିକ ଅନଗ୍ରସର ମହିଳା ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯାଇଛି । ମାଆ ଭୈରବୀ ଇଲେକ୍ଟ୍ରିକାଲ ୱାର୍କସ ସଂଘର ମୁଖ୍ୟ ପ୍ରତିଷ୍ଠାତା ହେମନ୍ତ କୁମାର ଜୈନ ଙ୍କ ଅଧ୍ୟକ୍ଷ ତା ରେ ସ୍ଥାନୀୟ ପୁରାତନ ଜିଲ୍ଲା ଚିକିତ୍ସାଳୟ ପରିସର ରେ ସ୍ଥାପିତ ମିଶନ ଆଶ୍ରା ରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟଵକ୍ତା ଭାବେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ, ସ୍ମାନିତ ଅତିଥି ଭାବେ ଅତିତିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଏମ. ଏମ. ହୁସେନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ କୁମାର ଧାରୁଆ, ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ଯୋଗଦେଇ ଥିଲେ। ମଣିଷ ସମାଜ ଯେତେ ଶୁକ୍ଷିତ ହେଉଛି ସେତେ ମାନସିକ ଚାପ ରେ ପଡୁଛି, ଅନେକ ଲୋକ ସେ ଚାପ ରେ ଗ୍ରାସ ହୋଇ ମାନଷିକ ସ୍ଥିତି ହରାଇ ଥାନ୍ତି, ପରେ ସେମାନେ ମାନଷିକ ଅନଗ୍ରସର ହୋଇ ଯାଇଥାନ୍ତି, ସେମାନଙ୍କ ସହିତ ସୁ ସମ୍ପର୍କ ଓ ଉତ୍ତମ ବ୍ୟବହାର ରଖିବା ଉଚିତ, କେହି ଅଧିକ ଚାପ ଗସ୍ତ ହେବା ଉଚିତ ନୁହଁ, ସବୁବେଳେ ହସ ଖୁସିରେ ରହିବା ଦରକାର ବୋଲି ମଞ୍ଛା ସିନ ଅତିଥି ମାନେ କହିଥିଲେ।ଏହି ଅବସର ରେ ସଂଘ ପକ୍ଷରୁ ମିଶନ ଆଶ୍ରା ର ଚିକିତ୍ସା ଧୀନ ୧୦୦ ଜଣ ମହିଳା ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ ବଣ୍ଟନ କରା ଯାଇଥିଲା,ଏହି କାର୍ଯ୍ୟକ୍ରମ କୁ ମାଆ ଭୈରବୀ ଇଲେକ୍ଟ୍ରିକାଲ ୱାର୍କଶ ସଂଘ ର ସଭାପତି ଡମ୍ବରୁଧର ଯାନୀ,ସମ୍ପାଦକ ଭି. ରାମା ରାଓ,ଆଇନ ପରାମର୍ଶ ଦାତା ଆଇନଜୀବି ଭବାନୀ ମିଶ୍ର, ସହ ସମ୍ପାଦକ ପଦ୍ମପାଙ୍ଗି, ଏସ କେ ହସିର, ସୁବାଷ ପୂଜାରୀ, ବିନୋଦ ବିଶ୍ୱାଳ, ବିନୟ ଶିକଦାର, ସମାଜ ଖରା, ଭଗବାନ ଦୁର୍ଗା, ନିବୀନ ବେହେରା,ଅମରଜିତ ବିଶ୍ୱାସ, ସୁବାଷ କୁମାର ଦାସ ଓ ମିଶନ ଆଶ୍ରା ର କେନ୍ଦ୍ର ପରିଚାଳିକା ମଧୁସ୍ମିତା ନନ୍ଦ, ଶୁଭସ୍ମିତା ଉଦୟସିଂ, ପ୍ରୀତି ପ୍ରିୟ ଦର୍ଶିନୀ ଦାସ, ଲତିକା ଖରା, ଚିନ୍ମୟ ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁ ପରିଚାଳନା କରିଥିଲେ।




ରିପୋର୍ଟ ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ନବଦୂତ ନ୍ୟୁଜ।