ବାଲେଶ୍ୱର, ୨୨/୦୬ ( ପ୍ରଭାକର ମଲ୍ଲିକ ) : ରବିବାର ଦିନ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଆଶା"ରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସଚେତନତା ସହ ଯୋଗ ଦିବସ ମଧ୍ୟ ପାଳିତ ହୋଇଯାଇଛି।ଏଥିରେ ଆଶାର ପ୍ରତିଷ୍ଠାତା, ଯୁବ ସମାଜସେବୀ ଡକ୍ଟର ଆମର କୁମାର ପାଳ ପୌରହିତ୍ୟ କରିବା ସହିତ"ଆଶା"ର ଚେୟାରମ୍ୟାନ ଶ୍ରୀଯୁକ୍ତ ସରୋଜ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗାଭ୍ୟାସ ଦ୍ୱାରା ଜୀବନ ଶୈଳି ସହିତ ରୋଗର ପ୍ରତିରୋଧ କରିବା ସହିତ ମାନସିକ ଚାପ ହ୍ରାସ ହୋଇ ସରଳ ସୁସ୍ଥ ଜୀବନ ଯାପନ ଉପରେ ଅନେକ ସାର ଗର୍ଭକ ଭାଷଣ ଦେବାସହିତ ସଭାପତି ଡ଼ଃ ପାଳ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଏ ଆହ୍ୱାନ ସମାଜକୁ ନିଶ୍ଚିନ୍ତ ଦିଗ୍ଦର୍ଶନ ଦେବା ସହ ଯୋଗ ଶିକ୍ଷକ ଅନ୍ତର୍ଯ୍ୟାମୀ ରାଉଳ ମୁଖ୍ୟବକ୍ତା ଶିକ୍ଷକ ନରେନ୍ଦ୍ର ନାଥ ଜେନା ସମ୍ମାନିତ ଅତିଥି ଦେବସେନା ରାଜ୍ୟର ଯୁବ ଅଧକ୍ଷ ଶଙ୍କର କୁମାର ଜେନା ଶିକ୍ଷକ ଦାଶରଥି ରାଉତ ଯୋଗ ଶିକ୍ଷୟତ୍ରୀ ସୁଭାଷିନୀ ମହାନ୍ତି ପ୍ରମୁଖ ଯୋଗ ଉପରେ ଅନେକ ବକ୍ତବ୍ୟ ରଖି ବା ସହିତ ସାମାଜିକ ଏକତା ଓ ସମ୍ପ୍ରଦାୟ ଭିତ୍ତିକ ସହ ଭାଗିତାକୁ ପ୍ରୋତ୍ସାହନ ଦେବାସହିତ ସମସ୍ତେ ଏଠି ସଂକଳ୍ପ ନେବା ଯେ ଯୋଗ ମାଧ୍ୟମରେ ଆମେ ଭାରତ ବର୍ଷକୁ ରୋଗମୁକ୍ତ କରିବାର ଆହ୍ୱାନକୁ ସ୍ଲୋଗାନ ଦେବା ସହ ୨୦ ମିନିଟ୍ ଯୋଗାଭ୍ୟାସ କରିଥିଲେ ଏବଂ ଆଶା ର ସମସ୍ତ କର୍ମଚାରୀ ବୃନ୍ଦ ଏଥିରେ ସହଯୋଗ କରିବା ସହିତ ପୂର୍ବତନ ସମ୍ପାଦିକା ଶ୍ରୀମତୀ ମଞ୍ଜୁବତି ବିଶ୍ୱାଳଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ଲ
ବାଲେଶ୍ୱର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
