ବାଲେଶ୍ୱର, ୨୨/୦୬ ( ପ୍ରଭାକର ମଲ୍ଲିକ ) : ବସ୍ତା ବ୍ଳକ ଅନ୍ତର୍ଗତ ବାହାର୍ଦ୍ଦା ସ୍ଥିତ ଡାକବଙ୍ଗଳା ପରିସରରେ ବସ୍ତା ଆମ ଆଦିମ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।ଆମ ଆଦିମ ପାର୍ଟି ଜିଲ୍ଲା ସହ ପ୍ରଭାରୀ ପ୍ରବିଣ କାବ୍ଯ, ଜିଲ୍ଲା ସଭାପତି କୁମାର ସ୍ବର୍ଣ୍ଣ ଭାରତ ମଲ୍ଲୀକ, ଓଡିଶା ସଂଙ୍ଗଠନର ସହସମ୍ପାଦକ ଶ୍ରୀକାନ୍ତ ପାଣି, ବସ୍ତା ନିର୍ବାଚନ ମଣ୍ତଳୀର ସଭାପତି ସରୋଜ ରାଉଳ, ମୂଖ୍ଯ କାର୍ଯ୍ଯବାହି ସଦସ୍ଯ ଅମିୟ ମାହାନ୍ତି ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ଯ ଶିକ୍ଷା ଗମନା ଗମନ ପାନିୟଜଳ ସମସ୍ଯା ବେ ରୋଜଗାରକୁ ସ୍ଥାୟୀ ନିଯୁକ୍ତି ଦେବା ଲକ୍ଷ ନେଇ କେଜିରିୱାଲ ଆଦର୍ଶରେ ଅନୁପ୍ରାଣିତ ହୋଇ ବସ୍ତା ନିର୍ବାଚନ ମଣ୍ତଳୀରୁ ଆରମ୍ଭ କରି ପ୍ରତ୍ଯେକ ଗାଁ ସାହିରେ ଲୋକ ମାନଙ୍କୁ ଅବଗତ କରି ପଞ୍ଚାୟତ ଓ ଏନଏସି ଦକ୍ଷଲ କରିବା ସହିତ ବାଲେଶ୍ବର ଜିଲ୍ଲାରେ ପ୍ରତ୍ଯେକ ପଞ୍ଚାୟତରେ ଅଭିଜାନ ଆରମ୍ଭ ହେଲା ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ।ଏହି ସମ୍ମିଳନୀରେ ଆମ ଆଦିମ ପାଟିର ବହୁ କର୍ମୀ ଯୋଗ ଦେଇଥିଲେ ।


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l