ବାଲେଶ୍ୱର, ୧୮/୦୬ ( ପ୍ରଭାକର ମଲ୍ଲିକ ) : ଓଡ଼ିଆ ଜାତିର ଓଡ଼ିଶାର ଗଣ ପର୍ବ କୁହାଯାଉଥିବା ରଜପର୍ବ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଏ।ଗାଁ ସଂସ୍କୃତି ପରମ୍ପରା ହିଁ ଗାଁର ସ୍ୱତନ୍ତ୍ରତା ସୃଷ୍ଟି କରିଥାଏ ବୋଲି ବସ୍ତା ବ୍ଲକ ବରୁଣଗଡିଆ ପଞ୍ଚାୟତର ନିଶ୍ଚିନ୍ତପୁର ଗ୍ରାମରେ ରଜ ଉତ୍ସବ ଉଦଯାପନୀ ଦିବସ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକ ସୀତାକାନ୍ତ ଦାସ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କମିଟିର ସମ୍ପାଦକ ଅରୁଣ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସୀତାକାନ୍ତ ଦାସ,ମୁଖ୍ୟବକ୍ତା ଭାବେ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଛଚିନ୍ଦ୍ର କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଗ୍ରାମର ଅବସର ନେଇପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରା, କାମିନିକାନ୍ତ ବେହେରା, ଗ୍ରାମର ମୁଖ୍ୟ ଅଜୟ କୁମାର ରାଉଳ ପ୍ରମୁଖ ଯୋଗଦେଇ ଯୋଗ, ମାଟି ଓ ଆକାଶର ଋତୁ ମୌସୁମୀର ମିଳନ ପର୍ବ ରଜ। ଓଡ଼ିଆ ସଂସ୍କୃତିକ ଭାବଧାରାରେ ଓତଃପ୍ରୋତଃ ଭାବେ ଜଡ଼ିତ ରଜ ଏକ କୃଷିଭିତ୍ତିକ ମହାପର୍ବ।ଆଷାଢ଼ର ଏହା ହେଉଛି ଆଦ୍ୟ ପର୍ବ। କୃଷି ଓ କୃଷକ ଏବଂ ଭୂମିରୁ ଭାବନାତ୍ମକ ଜୀବନର ମୂଳଦୁଆ ପକାଇଥିବା ଏହି ପର୍ବଟି ଓଡ଼ିଶା ବାସୀଙ୍କ ପାଇଁ ଏକ ନିଆରା ଅନୁଭୂତି ଆଣିଥାଏ ବୋଲି କହିବା ସହିତ ଓଡ଼ିଶା ବାସୀଙ୍କ ପାଇଁ ରଜ ପର୍ବ ଏକ ନିଆରା ପର୍ବ ବୋଲି ନିଜନିଜ ବକ୍ତ୍ୟବ ରଖିଥିଲେ। ଚାରି ଦିନ ଧରି ଚାଲିଥିବା ରଜ ଉତ୍ସବରେ ଛୋଟ ପିଲାଙ୍କ ଥାଠୁ ଯୁବଗୋଷ୍ଠୀ ବୃଦ୍ଧ/ବୃଦ୍ଧା ମାନେ ବିଭିନ୍ନ ଖେଳ ତାଶ,ହାଣ୍ଡି ପିଟା, ଅଙ୍କକଷା, ପୁଚି, ଦୌଡ, ମ୍ୟୁଜିକ ଚେୟାର, ଭଳି ଅନେକ ଖେଳରେ ଅଂଶ ଗ୍ରହଣ କରି କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା| ସେହିଭଳି ଗ୍ରାମର ପରମ୍ପରା ଅନୁସାରେ +୨ରେ ଅଧିକ ନମ୍ବର ରଖିଥିବା କଲେଜ ଛାତ୍ରୀ ବନିତା ବେହେରା, ହାଇ ସ୍କୁଲରେ ସୋନାଲି ବେହେରା,ସିବିଏସଇ ପରୀକ୍ଷାରେ ସ୍ୱୟଂ ପ୍ରକାଶ ଦାସ ଓ କୁନି ଅତିଥି କଳାକାର ତଥା ନୁର୍ତ୍ୟ ଶିଳ୍ପୀ ରାଜଶ୍ରୀ ଲେଙ୍କା ଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା କମିଟିର ମୁଖ୍ୟ ଉଦ୍ୟକ୍ତ ସୁଧୀସୁନ୍ଦର, ରାଜେଶ, ଅମୁଲ୍ୟ, ବିମଲ, ଟିକିଲି, ମୁନା ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହ ଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଅରୁଣ କୁମାର ଦାସ ପରିଚାଳନା କରିଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
