ଲଇକେରା ର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗଦିବସ ପାଳିତ
ଲଇକେରା, ୨୧/୦୬ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରାର ବିଭିନ୍ନ ସ୍ଥାନରେ ଯଥା:-ପୋଲିସ ଷ୍ଟେସନ, ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଆୟୁର୍ବେଦିକ ହସ୍ପିଟାଲ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ବିଶେଷ କରି ଲଇକେରାର ଗ୍ରାମ ପଞ୍ଚାୟତ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ହୋଇଥିବାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପୂଜାରୀ, ଏଡିଇଓ ପୁଷ୍ପାଞ୍ଜଳୀ ଭୁଏ, ଯୋଗାଣ ସହାୟକ ନିମାଇଁ ଚରଣ ନାଏକ, ସିଆରପି ରଶ୍ମି ରଣା, ଅଙ୍ଗନବାଡି କର୍ମୀ, ପିଅନ ଯୁଧିଷ୍ଠିର ସା, ଆକାଶ ଧାନଗୁଣ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯୋଗର ଗୁରୁତ୍ୱ ଏବଂ ସୁସ୍ଥ ଜୀବନ ପାଇଁ ଏହାର ଉପକାରିତା ବିଷୟରେ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା ।