Hot Posts

6/recent/ticker-posts

ରକ୍ତ ଅଭାବରୁ ଶିଶୁ ମୃତ୍ୟୁ, ଧର୍ମଗଡ଼ ହସ୍ପିଟାଲ ସାମ୍ନାରେ ରାସ୍ତା ଅବରୋଧ |

କଳାହାଣ୍ଡି, ୨୧/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଛତାଗହିରା ଗାଁରେ ଅଭାବନୀୟ ଘଟଣା। ଟିକଚନ ଦୁର୍ଗାଙ୍କ ତିନି ବର୍ଷର ପୁଅ ପ୍ରିୟାଂଶୁ ଦୁର୍ଗାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଆଜି ସକାଳେ ଶିଶୁଟିକୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶିଶୁଟିଙ୍କୁ ତୁରନ୍ତ ରକ୍ତର ଆବଶ୍ୟକତା ଥିବା ପରିବାର ଅଭିଯୋଗ କରିଛନ୍ତି। ଧର୍ମଗଡ଼ ହସ୍ପିଟାଲର ରକ୍ତ ଭଣ୍ଡାର ସପ୍ତାହେକ ଧରି ବନ୍ଦ ଥିବାରୁ ରକ୍ତ ମିଳିନଥିଲା। ପରେ ଶିଶୁଟିକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଠିକ ସମୟରେ ରକ୍ତ ମିଳିନଥିବାରୁ ଶିଶୁଟିଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ। ଘଟଣାକୁ ନେଇ ଭବାନୀପାଟଣା–ରାୟପୁର ଜାତୀୟ ରାଜପଥ ସହିତ ଧର୍ମଗଡ଼ ହସ୍ପିଟାଲ ସାମ୍ନାରେ ରାସ୍ତା ଅବରୋଧ କରାଯାଇଥିଲା। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।