Hot Posts

6/recent/ticker-posts

ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ର ବ୍ଲକ ସ୍ତରୀୟ ବୈଠକ

ଲାଇକେରା, ୨୨/୦୬ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଲଇକେରା ଗ୍ରାମ ପଞ୍ଚାୟତ ସଭା ଗୃହ ଠାରେ ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ର ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି. ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଲଇକେରା ବ୍ଲକ ର କ୍ଷେତ୍ର ପ୍ରଶିକ୍ଷକ ରାଧେଶ୍ୟାମ ନାଏକ ଓ ସହକର୍ମୀ ଦଶମୀ ମାକର ଉପସ୍ଥିତ ରହି ବୈଠକ ପରିଚାଳନା କରିଥିଲେ. ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ର ସଭାନେତ୍ରୀ ଶ୍ରୀମତୀ ପଦ୍ମା ଖଡିଆ ଉପସ୍ଥିତ ସମସ୍ତ ଙ୍କୁ ସ୍ୱାଗତ ଜଣାଇ ପୂର୍ବ ବୈଠକ ର ବିବରଣୀ ପଠନ କରି ଆଲୋଚନା କରିଥିଲେ. ଏହା ସହିତ ସରକାର ଙ୍କର କୃଷି, ଉଦ୍ୟାନ କୃଷି ଓ ପ୍ରାଣୀ ସମ୍ପଦ ବିଭାଗ ର ଯୋଜନା ସମୂହ କୁ ଆଲୋଚନା କରାଯାଇଥିଲା. ଲଇକେରା ବ୍ଲକ ର 11 ଗୋଟି ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଗୁଡିକ ଉପସ୍ଥାପନ କରାଯାଇଥିଲା. ଶେଷ ରେ ଲାଇକେରା ଠାରୁ ଝାରସୁଗୁଡା କୁ ଯାଉଥିବା ମୋ ବସ ର ମରାମତି କରାଯିଵା ପାଇଁ BDO ଲଇକେରା ଏବଂ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ର ଭିତ୍ତିଭୂମି ର ବିକାଶ ପାଇଁ BEO & CDPO ଲଇକେରା ଙ୍କୁ ଅଲିଭା ମହାସଂଘ ପକ୍ଷ ରୁ ଦାବୀ ପତ୍ର ପ୍ରଦାନ କରା ଯାଇଅଛି. ଉକ୍ତ ବୈଠକ ରେ -04 ଜଣ ସରପଞ୍ଚ, 04 ଜଣ ନାଏବ ସରପଞ୍ଚ ଓ 20 ଜଣ ୱାର୍ଡ ମେମ୍ବର ଉପସ୍ଥିତ ଥିଲ. ଶେଷ ରେ ଅଲିଭା ମହାସଂଘ ର ସହ ସମ୍ପାଦିକା ଶ୍ରୀମତୀ ଅଞ୍ଜନା ମେହେର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ବୈଠକ ସମାପନ କରିଥିଲେ.