Hot Posts

6/recent/ticker-posts

କଟକ ସିଡିଏରେ ‘ବଚପନ୍ ପ୍ଲେ ସ୍କୁଲ୍’ର ଶୁଭ ଉଦଘାଟନ, ଶିଶୁ ଶିକ୍ଷାରେ ଯୋଡ଼ିଲା ନୂଆ ଅଧ୍ୟାୟ

କଟକ, ୨୨/୦୬ ( କାହୁଁ ଚରଣ ବାରିକ ) : କଟକ ସିଡିଏ ସେକ୍ଟର-୬ ରେ ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଅତ୍ୟାଧୁନିକ ଢଙ୍ଗରେ ଉଦଘାଟିତ ହୋଇଯାଇଛି ପ୍ରସିଦ୍ଧ ପ୍ରି-ସ୍କୁଲ୍ ବଚପନ୍ ପ୍ଲେ ସ୍କୁଲ୍'। ଏହି ଭବ୍ୟ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋଷ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସ୍କୁଲ୍‌ର ମୁଖ୍ୟଦ୍ଵାର ଉଦଘାଟନ କରିଥିଲେ।