ତ୍ରିଦିବସୀୟ ଜନ କଲ୍ୟାଣ ଶିବିରରେ ସୁଭଦ୍ରା ଶକ୍ତି ସମାବେଶ
ନୂଆପଡ଼ା, ୨୫/୦୬ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ୧୫ ଟି ପଞ୍ଚାୟତରେ ବି ଡି ଓ ଚିନ୍ମୟ କୁମାର ସାଗରଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ତ୍ରିଦିବସୀୟ ଜନ କଲ୍ୟାଣ ଶିବିର ୨୨ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି ।ତିନିଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ ବଣ୍ଟନ, ବିଭିନ୍ନ ଭତ୍ତା ପାଇଁ ନୂତନ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ, ଆବାସ ଗୃହର କାର୍ଯ୍ୟାଦେଶ ପତ୍ର ପ୍ରଦାନ, ଅଂତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ, ପି ଏମ ସୂର୍ଯ୍ୟଘର ମୁଫ୍ତ ବିଜଲି ଯୋଜନା, ଲେବର କାର୍ଡ ପ୍ରଦାନ, ବସୁନ୍ଧରା ଯୋଜନା ମାଧ୍ୟମରେ ପଟ୍ଟା ବଣ୍ଟନ, ଚାଷୀଙ୍କ ପାଇଁ ପି ଏମ କିସାନ ଓ ସି ଏମ କିସାନ୍ ଯୋଜନାର କାର୍ଯ୍ୟକ୍ରମ ହୋଇଥିବାବେଳେ ଆଜି ଅନ୍ତିମ ଦିବସରେ ମହିଳା ସଶକ୍ତିକରଣ, ଶିଶୁ ବିକାଶ, ଜୀବନ ଜୀବିକା ପାଇଁ ବିଭିନ୍ନ ସରକାରୀ ପ୍ରୋତ୍ସାହନକୁ ନେଇ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମରେ କରଙ୍ଗାମାଲ ପଞ୍ଚାୟତରେ ସରପଂଚ ରାମ ଲାଲ ପଣ୍ଡା,ମିଶନ ଶକ୍ତି ବିପିସି ବିଜୟ କୁମାର ଭିତ୍ରୀଆ, ଓଜିବି ମ୍ୟାନେଜର ପ୍ରଶାନ୍ତ କୁମାର ନାଏକ, ଜିପି ନୋଡାଲ ଅଫିସର ପିଇଓ ତାପସ କୁମାର ଅଗସ୍ତି, ସାମ୍ବାଦିକ ରାମନାଥ ପଣ୍ଡା,ଏମ ବି କେ ସଂଯୁକ୍ତା ଜାଲ, ସୁପର ଭାଇଯର ବେଦମତି ଖମାରୀ, ଯୋଗାଣ ସହାୟକ ଶଶିଧର ବାଗ ମଞ୍ଚାସିନ ଥିବାବେଳେ ରୋକାଲ ପଞ୍ଚାୟତରେ ନୋଡାଲ ଅଫିସର ରାକେଶ କୁମାର ଷଡଙ୍ଗୀ, ସରପଂଚ ଠାକୁର ବାଗ, ପି ଇ ଓ ବିଜୟ ଲକ୍ଷ୍ମୀ ମହାନ୍ତି,ନାଏବ ସରପଞ୍ଚ ଶଗରିଆ, ବ୍ୟାଙ୍କ୍ ମିତ୍ର ସବିତା ବାଗ ଓ ଏମ ବି କେ ଇନ୍ଦିରା ବାଗ ମଞ୍ଚାସିନ ଅତିଥି ଥିଲେ ।ଠିକ୍ ସେହିପରି ଲର୍କା ପଞ୍ଚାୟତରେ ସରପଂଚ ଜୟଶ୍ରୀ ପଟେଲ, ପି ଇ ଓ ଯଜ୍ଞ ଭାରତୀ ମାଝୀ,ସୁପର ଭାଇଯର ଅହଲ୍ୟା ଜଗତ, ସି ଏଚ୍ ଓ ଉମ୍ମେହାନି ଖାନମ, ଏମ ବି କେ ଜାନକୀ ମାଳି,ଏ ଡି ଇ ଓ ପବିତ୍ର କଶ୍ୟପ ମଞ୍ଚାଷିନ ରହିଥିଲେ ।ସମାବେଶରେ ମିଶନ ଶକ୍ତିର ସି ଆର୍ ପିଙ୍କ ସମେତ ବିଭିନ୍ନ କ୍ୟାଡ଼ର,ଅଙ୍ଗନୱାଡ଼ି କର୍ମୀ,ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା,ଗ୍ରାମର ଭଦ୍ରବ୍ୟକ୍ତି ଓ ଅନ୍ୟାନ୍ୟ ଲୋକ ଅଂଶ ଗ୍ରହଣ କରିଥିଲେ ।ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପାଇଁ ପଞ୍ଚାୟତ ନୋଡାଲ ଅଫିସର ଭାବରେ ୧୧ ଜଣ ପି ଇ ଓ ତାପସ କୁମାର ଅଗସ୍ତି,କ୍ଷମାସାଗର ସୁନାନି,ଗୁର୍ଜ୍ଜୁ ହଂସ,ନମିତା ସାହୁ,ବିଜୟ ଲକ୍ଷ୍ମୀ ମହାନ୍ତି,ହିରଣ୍ୟମୟୀ ଚଲାନ,ଯଜ୍ଞ ଭାରତୀ ମାଝୀ,ଶକ୍ତି ରଂଜନ ରାଉତ,ହୃଷୀକେଶ ବୈଠାରୁ,କ୍ଷୀରୋଦ ଚନ୍ଦ୍ର ନାଏକ,ଶାଶ୍ଵତ କୁମାର ଭୋଇ ଏବଂ ୪ଜଣ ଏଡିଇଓ ସହଶ୍ରାଂଶୁ ଯୋଶୀ,ଗଜାନନ ମେହେର,ହରିଶ୍ଚନ୍ଦ୍ର ମାଝୀ ଓ ନବୀନ ଘିଭେଲା କାର୍ଯ୍ୟ ନିର୍ବାହ କରିଥିଲେ ।ପୁଣି ବ୍ଲକ ପକ୍ଷରୁ ନୋଡାଲ ଅଫିସର ରୂପେ ଡବ୍ଲୁ ଇ ଓ କ୍ଷଣପ୍ରଭା ପାଣିଗ୍ରାହୀ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ନାଏକ, ଏ ପି ଓ ରବିନାରାୟଣ ରାଉତ,ସହକାରୀ ଯନ୍ତ୍ରୀ ଜୁଗେଶ୍ୱର ନାଏକ ଓ ଦିନବନ୍ଧୁ ଶବର,ଯୋଗାଣ ନିରୀକ୍ଷକ ଆଲୋକ କୁମାର ପାତ୍ର,କନିଷ୍ଠ ଯନ୍ତ୍ରୀ ଅମରେନ୍ଦ୍ର ବିଶ୍ଵାଳ, ଧର୍ମେନ୍ଦ୍ର ସାହୁ ଓ ବିରଞ୍ଚିନାରାୟଣ ଉଦଣ୍ଡ ରାୟ ,ଜିପିଡିଓ ଭୀଷ୍ମ କୁମ୍ଭାର,ବି ଏଲ ସି ସୁନୀତା ସୁନା,ବିପିସି ବିଜୟ କୁମାର ଭିତ୍ରିଆ,ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ସାମଲ ଓ ଏବିଏଫ ରାକେଶ କୁମାର ଷଡଙ୍ଗୀ କାର୍ଯ୍ୟ ପରିଚାଳନା କରିଥିଲେ ।ସମସ୍ତ ପଞ୍ଚାୟତର ସରପଂଚ ମିନତୀ ନନ୍ଦ,ସରିତା ନିଆଲ୍, ଜୟଶ୍ରୀ ପଟେଲ, ଚାତୁରି ବେହେରା,ରାମଲାଲ ପଣ୍ଡା,ଠାକୁର ବାଗ,ଗିରିଜା ମାଝୀ,ରଶ୍ମିତା ସିହ୍ନା,ଗମ୍ଭୀର ତାଣ୍ଡି,ସଦାଶିବ ବେହେରା,କୈଳାଶ ଦଳ,ମଙ୍ଗଳ ସିଂ ଦଳ,ମୁକ୍ତା ରାଉତ,ହୀମାଦ୍ରୀ ଜଗତ,ଯୁଗେଶ୍ଵର ପାଣ୍ଡେ ନିଜ ନିଜ ପଞ୍ଚାୟତ କାର୍ଯ୍ୟକ୍ରମରେ ଅତିଥି ରୂପେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।