Hot Posts

6/recent/ticker-posts

ଓଡ଼ିଶାର ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ପ୍ରଶଂସା କଲେ ଇନ୍ଦ୍ରେଶ ଜୀ ମହାରାଜ

କଟକ, ୨୫/୦୬ ( କାଁହୁ ଚରଣ ବାରିକ ) : କଟକ ସହର ରେ ଆୟୋଜିତ ଶ୍ରୀମଦ ଭାଗବତ କଥା କାର୍ଯ୍ୟକ୍ରମ ରେ ପ୍ରବଚନ ଦେବା ପାଇଁ କଟକ ଆସିଥିବା କଥା ବାଚକ ଇନ୍ଦ୍ରେଶ ଜି ମହାରାଜ ବାରବାଟି ଷ୍ଟାଡିୟମରେ ଖେଳିଲେ କ୍ରିକେଟ ମ୍ୟାଚ୍। ଟିମ୍ ବୃନ୍ଦାବନ ଓ ଟିମ୍ ଓଡ଼ିଶା ମଧ୍ୟରେ ଆୟୋଜିତ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ରେ ବ୍ୟାଟିଂ ଓ ବୋଲିଂ କରିବା କରିଥିଲେ। ବାରବାଟି ଷ୍ଟାଡିୟମ, ଓଡ଼ିଶା ପରମ୍ପରା ଓ ଜଗନ୍ନାଥ ଙ୍କ ସଂସ୍କୃତି ର ପ୍ରଶଂସା କରିଥିଲେ ଇନ୍ଦ୍ରେଶ ଜି ମହାରାଜ।ବାରବାଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ରେ ଆଧ୍ୟାତ୍ମିକ କ୍ରିକେଟ ମ୍ୟାଚ୍ ଆୟୋଜନ କରାଯାଇଥିଲା। ଏଥିରେ କଥା ବାଚକ ଇନ୍ଦ୍ରେଶ ଜି ମହାରାଜ ନେତୃତ୍ୱ ରେ ଟିମ୍ ବୃନ୍ଦାବନ ସହିତ ଟିମ୍ ଓଡ଼ିଶା ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଆୟୋଜନ କରାଯାଇଥିଲା। ସନାତନ ଧର୍ମ ର ପ୍ରଚାର ପ୍ରସାର ଓ ପ୍ରବଚନ ଦେଉଥିବା ଇନ୍ଦ୍ରେଶ ଜି ମହାରାଜ ନିଜର କ୍ରିକେଟ ଜଲ୍ଵା ଦେଖାଇଥିଲେ। ବ୍ୟାଟିଂ ସହ ଧମାକା ଦାର ବୋଲିଂ ମଧ୍ୟ କରିଥିଲେ। ଏମିତିକି ନିଜ ଟିମ୍ ବୃନ୍ଦାବନ କୁ ଜିତାଇ ଥିଲେ।ପ୍ରତି ଛକା ଚୌକା ଓ ୱିକେଟ୍ ପଡ଼ିବା ବେଳେ ଭଜନ ବାଜୁଥିଲା ମାଇକ୍ ରେ । କଟକ ସହର ସନ୍ ସାଇନ୍ ପଡ଼ିଆରେ ଆୟୋଜିତ ହେଉଥିବା ୭ ଦିନିଆ ଶ୍ରୀମଦ୍ ଭାଗବତ କଥା ରେ ପ୍ରବଚନ ଦେବା ପାଇଁ ଆସିଥିବା ବେଳେ ଆଜି ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଆୟୋଜନ କରାଯାଇଥିଲା। ଓଡ଼ିଶା ଆସି ବେଶ୍ ଖୁସି ଥିବା ସହ ଓଡ଼ିଶାର ପରମ୍ପରା ଓ ଜଗନ୍ନାଥ ସଂସ୍କୃତି କୁ ପ୍ରଶଂସା କରିଥିଲେ । ସେହିଭଳି କଟକ ରେ ଆତିଥ୍ୟ ସହ କଟକ ବାରବାଟୀ ଷ୍ଟାଡିୟମ୍ ର ଇତିହାସ ଓ ଭାଇଚାରା କୁ ମଧ୍ୟ ପ୍ରଶଂସା କରିଥିଲେ ଇନ୍ଦ୍ରେଶ ଜି ମହାରାଜ।

କଟକ ରୁ କାଁହୁ ଚରଣ ବାରିକ 
ନବଦୂତNews#