କଟକରେ_ଅପରାଧୀଙ୍କୁ_କଡ଼ା_ଚେତାବନୀ
କଟକ, ୨୨/୦୬ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣକୁ ନେଇ କଡ଼ା ବାର୍ତ୍ତା ଦେଇଛନ୍ତି ଜିଲ୍ଲା ଏସ୍ପି ବିନୀତ ଅଗ୍ରୱାଲ। ସେ ସ୍ପଷ୍ଟ କରି କହିଛନ୍ତି ଯେ, **କଟକରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ।** ଅପରାଧୀ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ପୋଲିସ ପକ୍ଷରୁ ନିରନ୍ତର କଡ଼ା ଅଭିଯାନ ଜାରି ରହିବ ବୋଲି ଏସ୍ପି କହିଛନ୍ତି। ଜିଲ୍ଲାରେ ଶାନ୍ତି, ସୁରକ୍ଷା ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅପରାଧୀଙ୍କ ବିରୋଧରେ ଦୃଢ଼ ଏବଂ ନିର୍ଦ୍ଦୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। "ଅପରାଧ କରି ଖସିଯିବାର ସୁଯୋଗ ନାହିଁ, କଟକ ପୋଲିସର ନଜର ସବୁଠି ରହିଛି"