Hot Posts

6/recent/ticker-posts

ବଡ଼ ନାଗ ନାହୁଣୀ ସହ୨୯ଟି ଗୋଖର ଓ ନାଗ ଛୁଆ ଉଦ୍ଧାର

ଭଦ୍ରକ ୨୪/୦୬ ( ନବଦୂତ ) : ସୂଚନା ମୁତାବିକ -ଭଦ୍ରକ ଜିଲ୍ଲା ନନ୍ତ ବ୍ଲକ ଅଧିନସ୍ତ ଗୋବିନ୍ଦ ପୁର ଗ୍ରାମ ପଂଚାୟତ ଗ୍ରାମାଞ୍ଚଲ ତରାଙ୍ଗ ଗ୍ରାମ ନିବାସୀ ସୁରେନ୍ଦ୍ର କୁମାର ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଘର ପରିବାର ଲୋକ ଘର ପଛପଟ ଥିବା ସିମେଣ୍ଟସ୍ଲାପ ତଳେ ବହୁବାର ଛୋଟ ସାପ ଛୁଆ ଦେଖିବା ପରେ ସେ ଭଦ୍ରକ ଜିଲା ସ୍ନାକହେଲ୍ପ ଡେସ୍କ କୁ ଫୋନକରି ଜଣାଇ ଥିଲେ ।ଖବର ପାଇ ଶେଖ ମିର୍ଜା ଅରୀଫ ଘଟଣା ସ୍ଥଳେ ପହଂଚି ସିମେଣ୍ଟ ସ୍ଲାପ ହଟାଇ ତଳୁ ୨ଟି ବଡ଼ନାଗ ନାଗୁଣି ସହ ଗୋଖର ଛୁଆ ଓ ନାଗ ଛୁଆ ମିଶି ୨୯ ଟି ସାପଛୁଆ ଉଦ୍ଧାର କରି ଏକ ଜଙ୍ଗଲମଧ୍ୟ ରେ ସେ ସବୁ ସାପ ଓ ଛୁଆ କୁ ଜଙ୍ଗଲ ରେ ଛାଡି ଦେଇଥିବାର ସୂଚନାମିଳିଛି।


ମାନସ କୁମାର ସାହୁ