ରଜରେ_ଆସିଲା_ଦୁଃଖଦ_ଖବର ବଡ଼ମ୍ବା_ଟି_ସେତୁ_ଉପରେ_ଭୟଙ୍କର_ସଡ଼କ_ଦୁର୍ଘଟଣା
କଟକ, ୧୪/୦୬ ( କାହୁଁ ଚରଣ ବାରିକ ) : ରଜ ପର୍ବର ଖୁସି ମଧ୍ୟରେ ଆସିଛି ଏକ ଦୁଃଖଦ ଖବର। ବଡ଼ମ୍ବା ଟି ସେତୁ ଉପରେ ଏକ ଅଟୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଚାଳକଙ୍କ ମୁଣ୍ଡ ଦେହରୁ ଅଲଗା ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିଚୟ ଓ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଦନ୍ତ କରୁଛି।