ଭଦ୍ରକ ଜିଲାରେ ନୂତନ ଶୀତଳଭଣ୍ଡାର ନିର୍ମାଣର ଶୁଭ ଉଦଘାଟନ।
ଭଦ୍ରକ, ୧୮/୦୬ ( ନବଦୂତ ) : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ତ ତୋଡ଼ଗାଁ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ସହାୟତାରେ ନିର୍ମାଣ ହେବାକୁ ଥିବା ନୂତନ ଶୀତଳ ଭଣ୍ଡାରର ଶୁଭଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ।ସ୍ଥାନୀୟ ସରପଞ୍ଚଙ୍କ ତତ୍ୱବଧାନତାରେ ଭଦ୍ରକ ଜିଲାପାଳ ଭଦ୍ରକ ବିଧ୍ୟାୟକ,ଭଦ୍ରକ ସାଂସଦ ପ୍ରମୁଖ କୋଗଦାନ କରି ଉକ୍ତ ଶୀତଳ ଭଣ୍ଡାରର ଶୁଭ ଉଦ୍ଘାଟନ କରିଥିଲେ।ନିର୍ମାଣ ହେବା ଫଳରେ ଉକ୍ତ ଶୀତଳଭଣ୍ଡାରରେ ଆଖ ପାଖ ଅଞ୍ଚଳ ରୁ ଚାଷୀମାନଙ୍କର କୃଷିଜାତ ଉତ୍ପାଦ ସଂଗ୍ରକ୍ଷଣ ର ସୁବିଧା ଓ ଆୟ ବୃଦ୍ଧି ହୋଇପାଇବା ସହ କୃଷକ ମାନେ ଅଧିକ ଲାଭବାନ ହୋଇ ପାଇବେ ବୋଲି ସୂଚନା ମିଳିଛି।