Hot Posts

6/recent/ticker-posts

ରିଷିଡା ରେ ମନ୍ କି ବାତ୍ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, ୦୧/୬ (ସୁଶାନ୍ତ ରଣା) : ବିଶ୍ୱର ଲୋକପ୍ରିୟ ତଥା ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୧୩୪ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ରିଷିଡା ଶକ୍ତି କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଠାରେ ରବିବାର ଦେଖିବା ଓ ଶୁଣିବାର ବ୍ୟବସ୍ଥା କରାଯାଇଥିଲା । ଦେଶର ବିକାଶ ଓ ସମାଜର କଲ୍ୟାଣ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ଓଡ଼ିଶାର ବେଳପଣା ଓ ଆମ୍ବ ର ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଅବସରରେ ଭାଜପା କର୍ଲାମୁଣ୍ଡା ବ୍ଳକ ର ଜିଲ୍ଲା ପ୍ରତିନିଧି ସଞ୍ଜୟ ଜୈନ, ମଣ୍ଡଳ ସଭାପତି ଡୋଳାମଣି ଭୋଇ, ପୂର୍ବତନ ମଣ୍ଡଳ ସଭାପତି ଚିତ୍ରସେନ ସାହୁ, ମଣ୍ଡଳ ପ୍ରଭାରୀ ଘନଶ୍ୟାମ ଗହୀର, ବୁଥ୍ ସଭାପତି ସୀତାରାମ ରଣା, ଧନଞ୍ଜୟ ସାହୁ, ଭବାନୀ ଶଙ୍କର ନାଏକ, ପୂର୍ଣ୍ଣଚନ୍ଦ୍ର ରଣା, ଶକ୍ତି କେନ୍ଦ୍ର ପ୍ରମୁଖ ହିମାଂଶୁ ରଣାଙ୍କ ସମେତ ଦଳର କର୍ମୀ, ସମର୍ଥକ ଯୋଗଦେଇ ମନ୍ କି ବାତ୍ ପ୍ରସାରଣ ଦେଖିଥିଲେ ।