ଧର୍ମଗଡ଼ ରକ୍ତ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ କରିବା ନେଇ କଳାହାଣ୍ଡି ଡିଫାଇନ ଦାବୀ।
ଧର୍ମଗଡ଼, ୨୨/୦୬ ( ରିତେଶ କୁମାର ମୁଣ୍ଡ ) : ଦୀର୍ଘଦିନ ହେଲା ଧର୍ମଗଡ଼ ସ୍ଥିତ ରକ୍ତ ଭଣ୍ଡାର ବନ୍ଦ ହୋଇ ପଡିଛି। ଭିତ୍ତିଭୂମି ଅଭାବ ଦର୍ଶାଇ ବନ୍ଦ ହୋଇଥିବା ବେଳେ ରୋଗୀ ମାନେ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହୋଉଛନ୍ତି। ଏପରିକି ଗତ ଶନିବାର ଦିନ ରକ୍ତ ଅଭାବ ରୁ ଏକ ଶିଶୁପୁତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଛି।ଏହାକୁ ନେଇ ଧର୍ମଗଡ଼ ଡାକ୍ତରଖାନା ଛକ ନିକଟରେ ମୁଖ୍ୟ ରାସ୍ତା ଅବରୋଧ କରି ସ୍ଥାନୀୟ ଲୋକ ଆନ୍ଦୋଳନ କରିଥିଲେ।ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରତି ପ୍ରଶାସନ ନିରବ ସାଜିବା ନେଇ ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।ସୋମବାର ଦିନ ଡିଫାଇନ କଳାହାଣ୍ଡି ପ୍ରତିଷ୍ଠାତା ମଧୁ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଜୟନ୍ତ କୁମାର ନାଏକ ଙ୍କ ନେତୃତ୍ୱ ରେ ଏକ ଟିମ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟ ର ରକ୍ତ ଭଣ୍ଡାର ଅତିଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବା,ରକ୍ତ ଅଭାବରୁ ଶିଶୁ ପୁତ୍ର ର ମୃତ୍ୟୁ ହୋଇଥିବା ପରିବାର କୁ କ୍ଷତି ପୂରଣ ସହ ନିରପେକ୍ଷ ତଦନ୍ତ କରିବା ଆଦି ଦାବୀ ରେ ଉଲ୍ଲେଖ ରହିଛି। ଏଭଳି ସମ୍ବେଦନଶୀଳ ବିଷୟ ପ୍ରତି ପ୍ରଶାସନ ବେଶ ଯତ୍ନବାନ ହୋଇ ତତ୍ପରତା ହେବା କୁ ଡିଫାଇନ କଳାହାଣ୍ଡି ପକ୍ଷରୁ ଅନୁରୋଧ କରାଯାଇଛି। ଏହାକୁ ତ୍ୱରାନ୍ୱିତ କରା ନ ଗଲେ ଡିଫାଇନ କଳାହାଣ୍ଡି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଅତିରିକ୍ତ ଉପଜିଲ୍ଲାପାଳ ଅମିତ ବେହେରା ଦାବୀ ପତ୍ର ଗ୍ରହଣ କରିବା ବେଳେ ବାପି ସାହୁ, ବିଦ୍ୟା ଧର ମୁଣ୍ଡ, ଲମ୍ବୋଧର ତାଣ୍ଡି, କାକିଆ ସରାପ, ଚିତ୍ରସେନ ଜାଲ, ପ୍ରଭାକର ବେହେରା, ଦେବେଶ ନାୟକ, ପ୍ରଣବ ଭୋକ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।