ଦିବ୍ୟରଞ୍ଜନ ଙ୍କୁ ମିଳୁ ନ୍ୟାୟ।
କଟକ, ୧୯/୦୬ ( କାହୁଁ ଚରଣ ବାରିକ ) : ଖାଲି ଖବର ସଂଗ୍ରହ ନୁହେଁ ବରଂ କେମିତି ମୃତ ନାବାଳକ ଦିବ୍ୟ ରଞ୍ଜନ ମଲ୍ଲିକ ଙ୍କୁ ନ୍ୟାୟ ମିଳିବ ସେଥିପାଇଁ ଗତକାଲି ସାଲେପୁର ବାହାବଳ ପୁର ଯାଇ ମୃତକଙ୍କ ପରିବାର ଲୋକଙ୍କ ସହ ଭେଟି ଆଲୋଚନା କରିବା ପରେ ସାଲେପୁର ଆଦର୍ଶ ଥାନା ଯାଇ ଆଇ ଆଇ ସିଂଙ୍କ ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯାଇଥିଲା। ଏଥିରେ ବଡ଼ ଭୂମିକା ରହିଥିଲା ହିନ୍ଦୁ ସେନା ର । ରାଜ୍ୟ ସଭାପତି ଦେବାଶିଷ ରାଉତ୍ , ସମ୍ପାଦକ ସୌମିତ୍ର ଲେଙ୍କା ଙ୍କ ସହ ଆଇନଜୀବି ସ୍ମୃତି ରାଉତ୍ ଓ ବିନୋଦ ବିହାରୀ ଦାସ ଉପସ୍ଥିତ ରହି ନ୍ୟାୟ ଦେବା ପାଇଁ ଆଲୋଚନା କରିଥିଲେ। ସମ୍ପତ୍ତି ଲୋଭରେ ୫ ବର୍ଷ ୬ ମାସ ର ଶିଶୁ ଦିବ୍ୟ ରଞ୍ଜନ ଙ୍କୁ ମିଠାରେ ବିଷ ଦେଇ ମାରିଥିଲେ ପଡ଼ୋଶୀ। ଏହି ଅଭିଯୋଗ ସାଲେପୁର ଥାନା ରେ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ ସେଥିପାଇଁ ଆମେ ସମସ୍ତେ ଏହି ଘଟଣା ଉପରେ ଆଇ ଆଇ ସି ଓ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲୁ। ସହଯୋଗ ପାଇଁ ସାଲେପୁର ର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ.