Hot Posts

6/recent/ticker-posts

ଶଶୁର ଘରେ ଜ୍ୱାଇଁଙ୍କ ଅସ୍ୱାଭାବିକ ମୃତ୍ୟୁ | ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ, ୧୯/୦୬ ( କାହୁଁ ଚରଣ ବାରିକ ) : ଶଶୁର ଘରେ ଜ୍ୱାଇଁଙ୍କ ଅସ୍ୱାଭାବିକ ମୃତ୍ୟୁ |ପରିବାର ଲୋକ ହତ୍ୟା ଅଭିଯୋଗ ଆଣି କିଶନନଗର ଥାନାରେ କଲେ ଅଭିଯୋଗ |ଏ ଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ଈଶାଣିବ୍ରହ୍ମପୁର ପଞ୍ଚାୟତ ପଣ୍ଡାଡିହ ଗ୍ରାମରେ | ସୂଚନା ମୁତାବକ କଟକ ଜିଲ୍ଲାର କିଶନନଗର ଥାନା ଈଶାଣୀବ୍ରହ୍ମପୁର ପଞ୍ଚାୟତ ଅଧିନସ୍ତ ସାଧୁସାହି ଗ୍ରାମର ପଞ୍ଚୁଆ ଭୋଇଙ୍କ ଝିଅକୁ ଆଠ, ନଅ ବର୍ଷ ତଳେ ବୈଦିକ ରୀତିରେ ରଘୁନାଥପୁର ଥାନା ଅଧିନସ୍ତ କୁଆମୁଙ୍ଗା ଗ୍ରାମର ରମେଶ ଭୋଇଙ୍କ ସାନପୁଅ ସୁଲୋକ ଭୋଇ (୩୨) କୁ ବିବାହ କରିଥିଲେ |ସୁଲୋକ ଭୁବେନେଶ୍ୱର ରେ ପାଇପି ମିସ୍ତ୍ରୀ ଭାବେ ଭୁବନେଶ୍ୱର ରେ କାର୍ଯ୍ୟ କରୁଥିବାରୁ ତାଙ୍କ ସ୍ତ୍ରୀ ଶିଶୁ ପୁଅ କୁ ଧରି ଅଧିକାଂଶ ସମୟ ବାପ ଘରେ ରୁହନ୍ତି |ଗତ ତା -୧୩/୬/୨୬ରିଖ ଦିନ ସୁଲକର ଶାଳୀ ଘରକୁ ଫୋନ କରି କହିଲା ଭାଇଙ୍କ ଦେହ ସିରିଅସ ଅଛି ଆମେ ରଘୁନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଚିକିତ୍ସା କରାଉଛୁ |ଏ ଖବର ପାଇ ସୁଲକ ର ବଡ଼ ଭାଇ ଆସି ଦେଖିଲା ତାଙ୍କ ଭାଇ ମୁମୂର୍ସ ଅବସ୍ଥାରେ ପଡିଛି |ଡାକ୍ତରଙ୍କ ପରାମର୍ଶ ରେ କଟକ ବଡ଼ ଡାକ୍ତରଖାନା କୁ ନେଲୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ |