Hot Posts

6/recent/ticker-posts

ବଲାଙ୍ଗୀର ବନଖଣ୍ଡ ସମ୍ମିଳନୀ କକ୍ଷ ଠାରେ ୫୪ତମ ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗୀର, ୦୬/୦୬ ( ମୋତିଲାଲ ସାହୁ ) : ଜୁନ୍ ୫ ବିଶ୍ୱ ପରିବେଶ ଦିବସ ଅବସରରେ ବଲାଙ୍ଗୀର ବନଖଣ୍ଡ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗୀର ବନଖଣ୍ଡ ଓ ପ୍ରଦୂଷଣ ବୋର୍ଡ, ବଲାଙ୍ଗୀରର ମିଳିତ ଅନୁକୂଳ୍ୟରେ ୫୪ତମ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଯୋଗ ଦେଇ ଏ ବର୍ଷର ବିଷୟବସ୍ତୁ ଜଳବାୟୁ ଓ ଆମର ଭବିଷ୍ୟତ ପାଇଁ ପ୍ରକୃତି ଦ୍ୱାରା ଅନୁପ୍ରାଣିତ କାର୍ଯ୍ୟପନ୍ଥାର ରୂପରେଖ ଉପରେ ଆଲୋକପାତ କରି ସମସ୍ତ ଜନସାଧାରଣଙ୍କୁ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ କାମ କରିବାକୁ ନିବେଦନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ଅଜିତ ବିଶି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜି.ସି. ମଲ୍ଲିକ, ଓଡ଼ିଶା ପ୍ରଦୂଷଣ ବୋର୍ଡର କ୍ଷେତ୍ର ଅଧିକାରୀ ଶ୍ରୀମତୀ ବବିତା ସିଂହ ଏବଂ ରସରାଜ ଅଚ୍ୟୁତ ପୁରୋହିତ ପ୍ରମୁଖ ମଂଚାସୀନ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ଜଣ ପ୍ରକୃତି ବନ୍ଧୁ ଓ ୧୨ଜଣ ପ୍ରକୃତି ମିତ୍ର ପୁରସ୍କରରେ ପୁରସ୍କୃତ ହୋଇଥିଲେ। ସେମାନଙ୍କୁ ମାନପତ୍ର ସହ ପ୍ରକୃତିବନ୍ଧୁ ପାଇଁ ୧ଠହଜାର ଟଙ୍କା ଓ ପ୍ରକୃତି ମିତ୍ର ପାଇଁ ୨ଠହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି ସଭାକୁ ଏସିଏଫ୍ ମାନସ ରଂଜନ ବେହେରା, ଶ୍ରୀମତୀ ସୁମନ ମାଝୀ, ବଲାଙ୍ଗୀର ରେଂଜର ନବୀନ କୁମାର ପଣ୍ଡା ଓ ଅର୍ଜୁନ ସାହୁ ପରିଚାଳନା କରିଥିଲେ। ଏହି ସଭାରେ ବଲାଙ୍ଗୀର ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ, ପରିବେଶ ପ୍ରେମୀ ଓ ସାମ୍ବାଦିକ ଯୋଗ ଦେଇଥିଲେ।