Hot Posts

6/recent/ticker-posts

କାଠଯୋଡିରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼, ପ୍ରେମିକ ବିରୋଧରେ ହତ୍ୟା ଅଭିଯୋଗ

କଟକ, ୦୬/୦୬ ( କାହୁଁ ଚରଣ ବାରିକ ) : କଟକ କାଠଯୋଡିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଡାକ୍ତରୀ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର । ଅନ୍ୟ ଜଣେ ଯୁବତୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି |ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ ତୃତୀୟ ବର୍ଷ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତକାଲି ତ୍ରିଶୂଳିଆରେ କାଠଯୋଡି ପୋଲ ତଳୁ ମିଳିଥିଲା । ମୃତକ ଚନ୍ଦ୍ରିକାଙ୍କ ଘର ଉଦଳା ଥାନା ରାଇଦାଣ୍ଡିଆ ଗାଁରେ । ଝିଅର ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ଭୀମସେନ ପ୍ରସାଦ ଟୁଡୁଙ୍କୁ ଭଲ ପାଉଥିଲେ । ଉଭୟ ଦୀର୍ଘ ବର୍ଷ ହେବ ସମ୍ପର୍କରେ ଥିଲେ । ଏପରିକି ଉଭୟ ୨୦୨୭ ରେ ବିବାହ କରିବେ ବୋଲି ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏସବୁ ଭିତରେ ଉଭୟଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ସ୍ଵାତୀ ନାମକ ଜଣେ ଯୁବତୀ ପଶିଥିଲେ । ଯେଉଁଥ୍ପାଇଁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଭୀମସେନ ଅନେକ ସମୟରେ ଚନ୍ଦ୍ରିକାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ଭୀମସେନ ଏବଂ ସ୍ୱାତୀ ମିଳିତ ଭାବେ ଚନ୍ଦ୍ରିକାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର. 


କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ
ନବଦୂତNews#