ଯାଜପୁରରେ ପି.ଏମ୍ କିଷାନର ୨୩ ତମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ।
ଯାଜପୁର, ୨୦/୦୬ ( ନିରୋଜ କୁମାର ସେଠୀ ) : ପଶ୍ଚିମବଙ୍ଗର ତାରକେଶ୍ୱର, ହୁଗୁଳି ଠାରେ ତା ୨୦.୦୬.୨୦୨୬ ରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପି.ଏମ କିଷାନର ୨୩ ତମ କିସ୍ତି ଲୋକାର୍ପଣ ଉପଲକ୍ଷେ ତାହାର ସିଧା ପ୍ରସାରଣ ଜିଲ୍ଲାସ୍ତରୀୟ ସମାନ୍ତରାଳ ପି.ଏମ କିଷାନ ଉତ୍ସବ ଦିବସରେ ପ୍ରସାରିତ କରାଯାଇଥିଲା। ଉକ୍ତ ସମାରୋହ ଜିଲ୍ଲା କୃଷି ଅଧିକାରୀ, ଧର୍ମଶାଳାଙ୍କ ଅଧ୍ୟକ୍ଷତାରେ କୃଷି ବିଜ୍ଞାନ କେନ୍ଦ୍ର, ସମ୍ମିଳନୀ କକ୍ଷ , ବଡ଼ଚଣାଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନୀୟ ଉପାଧ୍ୟକ୍ଷ, ଜିଲ୍ଲାପରିଷଦ, ଯାଜପୁର ଶ୍ରୀଯୁକ୍ତ ଗଣେଶ୍ୱର ବରାଳ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବୃକ୍ଷକୁ ଜଳଦାନ ପୂର୍ବକ ଜିଲ୍ଲାସ୍ତରୀୟ ସମାରୋହକୁ ଉଦଘାଟିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ବଡ଼ଚଣା ଆତ୍ମା ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗନ୍ନାଥ ଖଣ୍ଡେଇ ଏବଂ ଯାଜପୁର କୃଷକ ମୋର୍ଚ୍ଚା ସଭାପତି, ଯାଜପୁର ଶ୍ରୀଯୁକ୍ତ ସୀତାକାନ୍ତ ବଳ ସାମନ୍ତ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବଡ଼ଚଣା ଶ୍ରୀଯୁକ୍ତ ରବୀନ୍ଦ୍ର ପ୍ରଧାନ ଉପସ୍ଥିତ ହିତାଧିକାରୀମାନଙ୍କୁ 'ବିକାଶ ଧାରା ଓଡ଼ିଶା ସାରା' ବିଷୟରେ ଅବଗତ କରାଇଥିଲେ। ଯାଜପୁର ଜିଲ୍ଲାର ମୋଟ ୧ ଲକ୍ଷ ୬୩ହଜାର ୨୨୮ ଜଣ କୃଷକ ଏହି ୨୨ ତମ କିସ୍ତିରେ ୨୦୦୦ ହିସାବରେ ପି.ଏମ କିଷାନ ସମ୍ମାନ ନିଧି ସହାୟତା ପ୍ରାପ୍ତ କରିଛନ୍ତି। ଉକ୍ତ ସଭାରେ ଭାରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର , ବଡ଼ଚଣା, ଶ୍ରୀଯୁକ୍ତ ଲଳିତ କୁମାର ମହାନ୍ତି, ସମସ୍ତ ବୈଜ୍ଞାନିକ, ସମସ୍ତ ବ୍ଲକ୍ ସ୍ତରୀୟ ଓ ଜିଲ୍ଳା ସ୍ତରୀୟ କୃଷି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।କୃଷି ଜିଲ୍ଲା ଅଧିକାରୀ, ଯାଜପୁର ଡ. ପୀୟୁଷ ପଲ୍ଲଭ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ସମସ୍ତ ବ୍ଲକରୁ ମୋଟ ୧୩୦ ରୁ ଉର୍ଦ୍ଧ୍ୱ କୃଷକ ଓ କୃଷିଜୀବି ମହିଳାମାନେ ସଳଖ ପ୍ରସାରଣ ରେ ଦେଖିଥିଲେ। ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ର ବ୍ୟବସ୍ଥା ହୋଇଥିଲା।