Hot Posts

6/recent/ticker-posts

ବରଗଡ ଜିଲ୍ଲା ପଦ୍ମପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଜାରି: ବିଧାୟିକା ବର୍ଷା ସିଂ ବରିହାଙ୍କୁ ପ୍ରଦାନ କରାଗଲା ଏନ୍ୟୁମେରେସନ ଫର୍ମ।

ବରଗଡ଼, ୦୬/୦୬ ( ଆଶିଷ କୁମାର ଭୋଇ ) : ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ଏନ୍ୟୁମେରେସନ ଫର୍ମ ବଣ୍ଟନ ।ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision - SIR) କାର୍ଯ୍ୟକ୍ରମ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାର ଅଂଶସ୍ୱରୂପ, ଆଜି ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ତାଙ୍କ କାର୍ଯ୍ୟାଳୟରେ ବୁଥ୍ ଲେଭେଲ୍ ଅଧିକାରୀଙ୍କ ଦ୍ଵାରା ଏନ୍ୟୁମେରେସନ ଫର୍ମ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ସମୟରେ ରାଜବୋଡାସମ୍ବର ବ୍ଲକର ବିଡିଓ ତଥା ଏଇଆରଓ (AERO) ମନୋଜ କୁମାର ଦେବତା ଏବଂ ଅତିରିକ୍ତ ବିଡିଓ ମେନକା ମେହେର ପ୍ରମୁଖ ଉପସ୍ଥିତଥିଲେ। ଅଧିକାରୀମାନେ ଭୋଟର ତାଲିକା ସଂଶୋଧନ ପାଇଁ ନିଆଯାଇଥିବା ବିଭିନ୍ନ ଫର୍ମ ସମ୍ପର୍କରେ ବିଧାୟିକାଙ୍କୁ ଅବଗତ କରାଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ରାଜବୋଡାସମ୍ବର ବ୍ଲକରେ ଏହି ସଘନ ସଂଶୋଧନ କାର୍ଯ୍ୟ ଅତ୍ୟନ୍ତ ସନ୍ତୋଷଜନକ ଭାବେ ଅଗ୍ରଗତି କରୁଛି। ବର୍ତ୍ତମାନ ସୁଦ୍ଧା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଏନୁମେରେସନ ଫର୍ମ ସଫଳତାର ସହ ବଣ୍ଟନ କରାଯାଇସାରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବୁଥ୍ ଲେଭେଲ୍ ଅଫିସର (BLO) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ଭୋଟର ତାଲିକାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ। ଜନସାଧାରଣଙ୍କ ସକ୍ରିୟ ସହଯୋଗ ରହିଲେ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବ ଏବଂ ଏକ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।


ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ