ପୂର୍ବତନ ୱାର୍ଡ଼ ସଭ୍ୟାଙ୍କ ଦେହାନ୍ତ।
ବାଲେଶ୍ୱର, ୨୬/୦୬ ( ପ୍ରଭାକର ମଲ୍ଲିକ ) : ବସ୍ତା ବ୍ଳକ ଅନ୍ତର୍ଗତ ନଟାକଟା ପଞ୍ଚାୟତର ନଟାକଟା ୱାର୍ଡର ୱାର୍ଡ ସଭ୍ୟା କସ୍ତୁରୀ ବେହେରାଙ୍କ (୭୨)ବର୍ଷରେ ମୃତ୍ଯୁ ବରଣ କରିଛନ୍ତି।ସେ ଆଲସର ରୋଗରେ ପୀଡ଼ିତ ଥିଲେ। ସେ ଘରେ ରହି ଚିକିତ୍ସିତ ହେଉଥିଲେ। ପରୋପ କାରୀ ମହିଳା ଭାବେ ବେଶ ପରିଚିତ ଥିଲେ। ବୁଧୁବାର ହଠାତ ତାଙ୍କ ଦେହ ଅସୁସ୍ଥ ହେବା ସହିତ ତାଙ୍କର ବ୍ଲଡ଼ ପ୍ରେସର ବଢ଼ିଯାଇ ଥିଲା। ଡାକ୍ତର ଖାନାଙ୍କୁ ନେବା ଆଗରୁ ତାଙ୍କ ମୃତ୍ଯୁ ଘଟିଥିଲା। ମୃତ୍ଯୁ ଶଯ୍ୟା ନିକଟରେ ପୁତ୍ର, ପୁତ୍ରବଧୁ ନାତି, ନାତୁଣୀ ଓ ପରିବାର ଲୋକେ ଉପସ୍ଥିତ ଥିଲେ।ଖବର ପ୍ରଚାରିତ ହେବା ପରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶମ୍ଭୁନାଥ ସେଠୀ ସମେତ ଅଞ୍ଚଳର ବହୁ ବ୍ଯକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାରକୁ ସମବେଦ ନା ଦେଇଥିଲେ।ପୁତ୍ର ରମାକାନ୍ତ ମୂଖାଗ୍ନୀ ଦେଇଥିଲେ।ବଡ ପୁଅ ସୁଶାନ୍ତ ବେହେରା ମୁଖାଗ୍ନି ଦେଇଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l