Hot Posts

6/recent/ticker-posts

ସିନାପାଲିରେ ଭୂପିନ୍ଦ୍ର ସିଂଙ୍କ ବନ୍ଧୁ ମିଳନ, ବିକାଶ ପ୍ରସଙ୍ଗରେ ହେଲା ବିସ୍ତୃତ ଆଲୋଚନା

ସିନାପାଲି, ୧୯/୦୬ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ବିଶ୍ରାମ ଗୃହରେ ପୂର୍ବତନ ମନ୍ତ୍ରୀ ଭୂପିନ୍ଦ୍ର ସିଂଙ୍କ ଦିନିକିଆ ଗସ୍ତ ଅବସରରେ ଏକ ଭାବପୂର୍ଣ୍ଣ ବନ୍ଧୁ ମିଳନ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବହୁଦିନ ପରେ ନିଜର ପୁରୁଣା ସହଯୋଗୀ, ଶୁଭେଚ୍ଛୁ, ଦଳୀୟ କର୍ମୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ସାକ୍ଷାତ କରି ଶ୍ରୀ ସିଂ ସିନାପାଲି ଅଞ୍ଚଳର ବିକାଶ, ଜନସମସ୍ୟା ଓ ଭବିଷ୍ୟତ ଯୋଜନା ନେଇ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ସିନାପାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକମାନେ ଅଞ୍ଚଳର ଦୀର୍ଘଦିନର ଅନେକ ସମସ୍ୟା ଏବଂ ଅପେକ୍ଷାରେ ଥ‌ିବା ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ନିଜ ମତ ଉପସ୍ଥାପନ କରିଥିଲେ। ବିଶେଷକରି ଉଦନ୍ତୀ ନଦୀ ଉପରେ ବ୍ରିଜ୍‌ ନିର୍ମାଣ, ସିନାପାଲିରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ସ୍ଥାପନ, ଟିମନପୁର ହାଇସ୍କୁଲର ବିକାଶ, ଭୋଳିଆଭଟା, ଭରୁଆମୁଣ୍ଡା, ଲିଆଡ଼ ସହ ବିଭିନ୍ନ ଅଞ୍ଚଳର ଶିକ୍ଷା, ଯୋଗାଯୋଗ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କିତ ଦାବିଗୁଡ଼ିକ ଉପରେ ଗୁରୁତ୍ବର ସହ ଚର୍ଚ୍ଚା ହୋଇଥିଲାଏହି ଅବସରରେ ଭୂପେନ୍ଦ୍ର ସିଂ କହିଲେ ଯେ ସିନାପାଲି କେବଳ ଏକ ପ୍ରଶାସନିକ ବ୍ଲକ ନୁହେଁ, ବରଂ ଏହା ହଜାର ହଜାର ଲୋକଙ୍କ ଆଶା, ଆକାଂକ୍ଷା ଓ ଭରସାର ପ୍ରତୀକ। ଏହି ଅଞ୍ଚଳର ବିକାଶ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ରହିଛି ଏବଂ ଲୋକଙ୍କ ନ୍ୟାୟସଙ୍ଗତ ଦାବିକୁ ସେ ସର୍ବଦା ସମର୍ଥନ କରିଆସିଛନ୍ତି। ଉଦନ୍ତୀ ବ୍ରିଜ୍, ବ୍ଲକ ସୁରୀୟ ଷ୍ଟାଡିୟମ ଓ ଅନ୍ୟାନ୍ୟ ଅଧୁରା ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ଅତ୍ୟନ୍ତ ଆବଶ୍ୟକବୋଲି ସେ ମତ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ, ଜନସାଧାରଣଙ୍କ ଏହି ଦାବିଗୁଡ଼ିକୁ ସମ୍ପୂକୁ ମହଳରେ ଉଠାଇବା ସହିତ ସେଗୁଡ଼ିକର ପୂରଣ ପାଇଁ ନିରନ୍ଧର ଉଦ୍ୟମ ଜାରି ରଖିବେ। ଅଞ୍ଚଳର ବିକାଶ କେବଳ ଗୋଟିଏ ବ୍ୟକ୍ତି କିମ୍ବା ଦଳର କାମ ନୁହେଁ, ବରଂ ସମସ୍ତଙ୍କ ମିଳିତ ପ୍ରୟାସ ମାଧ୍ଯମରେ ହିଁ ସମ୍ଭବ ବୋଲି ସେ କହିଥିଲେ। ତାଙ୍କ ଏହି ପ୍ରତିକ୍ରିୟା ଓ ପ୍ରତିଶ୍ରୁତି ଉପସ୍ଥିତ ଲୋକଙ୍କ ମନରେ ନୂଆ ଆଶା ଓ ବିଶ୍ବାସ ସୃଷ୍ଟି କରିଥିଲା। ବୈଠକରେ ଆଇନଜୀବୀ ବୈସମ୍ପାୟନ ମେହେର, ପୂର୍ବତନ ଚେୟାରମ୍ୟାନ ନୀଳମଣି ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲିଙ୍ଗରାଜ ଘିଭେଲା, ଶଶିଭୂଷଣ ମାଝୀ, ରମେଶ ତିୱାରୀଙ୍କ ସମେତ ବହୁ ବରିଷ୍ଠ ନେତା, ସମାଜସେବୀ, ଯୁବକ ଏବଂ ସାଧାରଣ ଲୋକ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତେ ସିନାପାଲିର ସର୍ବାଙ୍ଗୀଣ ବିକାଶ ଓ ଜନସ୍ବାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଏକତାବଦ୍ଧ ହୋଇ କାମ କରିବାର ସଂକଳ୍ପ ନେଇଥିଲେ। ବୈଠକର ଶେଷରେ ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଥିଲେ ଯେ, ବର୍ଷ ବର୍ଷ ଧରି ଅପେକ୍ଷାରେ ଥିବା ଉଦନ୍ତୀ ବ୍ରିଜ୍, ବ୍ଲକ ସ୍ତରୀୟ ଷ୍ଟାଡିୟମ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପ ଭବିଷ୍ୟତରେ ବାସ୍ତବ ରୂପ ନେବ ଏହି ବନ୍ଧୁ ମିଳନ ଓ ସାଧାରଣ ବୈଠକ କେବଳ ଏକ ସାକ୍ଷାତକାରରେ ସୀମିତ ନ ରହି, ସିନାପାଲିର ଉନ୍ନତ ଭବିଷ୍ୟତ ପାଇଁ ନୂଆ ଆଶା, ନୂଆ ବିଶ୍ବାସ ଓ ନୂଆ ଆଲୋଚନାର ମଞ୍ଚ ସୃଷ୍ଟି କରିଥିବା ନେଇ ସାଧାରଣରେ ଚର୍ଚ୍ଚା