ରାୟଗଡ଼ା ରେ *ବିକାଶର ଧାରା, ଓଡ଼ିଶା ସାରା*
ରାୟଗଡା, ୧୯/୦୬ ( ଭି. ଗୌରି ଶଙ୍କର ରାଓ ) : ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ରାୟଗଡ଼ ବ୍ଲକ ଠାରେ ଆୟୋଜିତ "ବିକାଶର ଧାରା, ଓଡ଼ିଶା ସାରା" ବ୍ଲକ ସ୍ତରୀୟ କୃଷକ ସମ୍ବାଦ କୃଷକ ସଶକ୍ତିକରଣ,ସମୃଦ୍ଧ ଓଡ଼ିଶା ଗଠନ ସମ୍ମିଳନୀ କାର୍ଯ୍ୟକ୍ରମରେ କୋଣ୍ଡା ବାବୁ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ଅନୁଭବ କରିଲେ। ଆମ ସରକାର ହେଉଛି ଜନତାଙ୍କ ସରକାର। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣମୂଳକ ଓ ଉନ୍ନତିମୂଳକ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରି ସାଧାରଣ ଲୋକଙ୍କ ଜୀବନମାନରେ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି। ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭର ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ଆମ ସରକାର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଶିଶୁ ବିକାଶ ଏବଂ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ଉନ୍ନତିକୁ ସର୍ବାଧିକ ପ୍ରାଥମିକତା ଦେଇ ଆସୁଛନ୍ତି। ଆସନ୍ତୁ, ସମସ୍ତେ ମିଳିମିଶି ବିକଶିତ ଓଡ଼ିଶା ଏବଂ ସମୃଦ୍ଧ ଭାରତ ଗଠନର ସଙ୍କଳ୍ପକୁ ଆହୁରି ସୁଦୃଢ଼ କରିବା।