ବହୁ_ଦିନର_ଦାବି_ପରେ_ସ୍ୱରୋଜ_ମୁହଁରେ_ସଫେଇ_କାର୍ଯ୍ୟ
କଟକ, ୧୬/୦୬ ( କାହୁଁ ଚରଣ ବାରିକ ) : କଟକ ମହାନଗର ନିଗମ (ସିଏମସି)ର ୱାର୍ଡ ନମ୍ବର ୫୧ରେ ବହୁଦିନ ଧରି ରହିଥିବା ସମସ୍ୟାର ସମାଧାନ ପାଇଁ ଆଜି ପଦକ୍ଷେପ ନିଆଯାଇଛି। ସିଏମସି କମିଶନର ଓ ସ୍ଥାନୀୟ କର୍ପୋରେଟରଙ୍କ ତଦାରଖରେ ମେସିନ ଗାଡ଼ି ସହାୟତାରେ ସ୍ୱରୋଜ ମୁହଁରୁ ଜରି, ପଙ୍କ ଓ ଆବର୍ଜନା ସଫେଇ କରାଯାଇଛି। ବର୍ଜ୍ୟଜଳର ସୁଚାରୁ ନିଷ୍କାସନ ଏବଂ ଜଳବନ୍ଦୀ ସମସ୍ୟା ଦୂର କରିବା ଲକ୍ଷ୍ୟରେ ଏହି ସଫେଇ କାର୍ଯ୍ୟ କରାଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦାମାନେ ଏହାକୁ ସ୍ୱାଗତ କରିଛନ୍ତି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଏଭଳି ନିୟମିତ ସଫେଇ କାର୍ଯ୍ୟ ଜାରି ରଖିବାକୁ ଦାବି ହୋଇଛି।