Hot Posts

6/recent/ticker-posts

କଳାହାଣ୍ଡିରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ୍ କଲେ ମନ୍ତ୍ରୀ।

କଳାହାଣ୍ଡି, ୧୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଏହି ଅବସରରେ ଏକ ଐତିହାସିକ ପଦକ୍ଷେପ ସ୍ଵରୂପ ଭବାନୀପାଟଣା ନିକଟସ୍ଥ ସିର୍ଲିଗୁଡ଼ା ସ୍ଥିତ ମେଗା ନର୍ସରୀ ଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ର ଶୁଭ ଉଦଘାଟନ କରିଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ମାନବ-ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏହି କେନ୍ଦ୍ର ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।ପ୍ରତିଷ୍ଠା ହୋଇଥିବା ଏହି ଅଭିନବ ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଉଗ୍ର ଏବଂ ଜନବସତିମୁହାଁ ହେଉଥିବା ହାତୀମାନଙ୍କୁ ଉଦ୍ଧାର କରାଯାଇ ପ୍ରଶିକ୍ଷଣ ଓ ଚିକିତ୍ସା ପ୍ରଦାନ କରାଯିବ। ଏହା ସହ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ସିମିଲିପଦର୍ ନିକଟରେ ଏକ ୱାଚ୍ ଟାୱାର ମଧ୍ୟ ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ। ଏଥିରେ ଉତ୍ତର ଓ ଦକ୍ଷିଣ ବନଖଣ୍ଡ ଅଧିକାରୀ, ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ