Hot Posts

6/recent/ticker-posts

ଭବାନୀପାଟଣା ରେ ମର୍ମନ୍ତୁଦ ଦୁର୍ଘଟଣା, ବାଏପାସ ରାସ୍ତାରେ ହାଇୱାକୁ ପିଟିଲା BMW କାର,୨ ମୃତ

ଭବାନୀପାଟଣା, ୧୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ BMW କାର ଧକ୍କା ଦେବାରୁ ୨ ଜଣକର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ମଧ୍ୟ ସେମାନଙ୍କ ପରିଚୟ ଜଣାପଡି ନାହିଁ। କାର ର ନଂ (ଏଚ ଆର ୨୬ ସି ବି ୫୩୮୪) କୁ ଦେଖିଲେ ଏହା ହରିୟାଣା ରାଜ୍ୟର ନମ୍ବର ବୋଲି ଜଣାପଡିଛି। ସେହିପରି ହାଇୱାର ନଂ (ଓଡ଼ି ୧୮ ଜି ୪୯୩୨) ରହିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କାର ଟି ସମ୍ପୂର୍ଣ୍ଣ ଚୁର ମାର ହୋଇଯାଇଛି। ଅନ୍ୟପଟେ, ଭବାନୀପାଟଣା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତି ହେଲେ ବଲାଙ୍ଗୀର ଜିଲା ଟିଟଲାଗଡ଼ର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ ବୋଲି ଜଣାପଡିଛି।


କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ