ପୋଲିସର ପ୍ରକୃତ କର୍ତ୍ତବ୍ୟ....ମାନବିକତାର ଉଜ୍ଜ୍ୱଳ ଉଦାହରଣ।
କଟକ, ୨୨/୦୬ ( କାହୁଁ ଚରଣ ବାରିକ ) : କଟକ ଆର୍.ପି.ଏଫ୍. ଥାନାରେ କାର୍ଯ୍ୟରତ ଦୁଇଜଣ ମହିଳା କନଷ୍ଟେବଳ ଆଜି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ତୁରନ୍ତ ପ୍ରାଥମିକ ସହାୟତା ପ୍ରଦାନ କରିବା ସହ ନିରାପଦରେ ମେଡିକାଲରେ ପହଞ୍ଚାଇବାରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛନ୍ତି। ଏହି ଘଟଣା ପ୍ରମାଣ କରିଛି ଯେ, ପୋଲିସର ପ୍ରକୃତ ପରିଚୟ କେବଳ ଆଇନର ସୁରକ୍ଷା ନୁହେଁ, ବରଂ ମାନବିକତାର ସେବା ମଧ୍ୟ। ଜଣେ ନାରୀ ହୋଇ ଅନ୍ୟ ଜଣେ ନାରୀଙ୍କ ଜୀବନର ଅତ୍ୟନ୍ତ ସଙ୍କଟମୟ ମୁହୂର୍ତ୍ତରେ ସହଯୋଗର ହାତ ବଢ଼ାଇଥିବା ଏହି ଦୁଇ ଭଉଣୀଙ୍କୁ ହୃଦୟର ଅନ୍ତସ୍ଥଳରୁ ଅଶେଷ ଅଶେଷ ଧନ୍ୟବାଦ ଓ ସାଧୁବାଦ। ଏହିଭଳି କିଛି ପୋଲିସ୍ ପାଇଁ ଆଜି ପୋଲିସର ସମ୍ମାନ ବଞ୍ଚି ରହିଛି ଏବଂ କିଛି ପୋଲିସ୍ ପାଇଁ ପୋଲିସ ବଦନାମ୍ ହେଉଛି ତେଣୁ ସେହି ବଦନାମ୍ କରୁଥିବା ପୋଲିସ୍ ଏମାନଙ୍କ ପାଖରୁ କିଛି ଶିଖିବା କଥା 🙏 ସତରେ ଏହି ଦୁଇ ମହିଳା କନେଷ୍ଟବଳ ଙ୍କର ଏହି ସେବାଭାବ ସମାଜ ପାଇଁ ପ୍ରେରଣାଦାୟକ ତେଣୁ କଟକବାସୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍