Hot Posts

6/recent/ticker-posts

ପ୍ରାକୃତିକ ଓ ଜୈବିକ ଚାଷ କର୍ମଶାଳା ଅନୁଷ୍ଠିତ

ନବରଙ୍ଗପୁର, ୨୧/୦୬ : ( ଶେଖର ଖୁରା ) : କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ନବରଙ୍ଗପୁର ଠାରେ ଆଜି ପ୍ରାକୃତିକ ଓ ଜୈବିକ ଚାଷ ସମ୍ବନ୍ଧୀୟ ଏକ ଦିନିଆ କର୍ମଶାଳା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ନବରଙ୍ଗପୁର ସୁଧିର ରଂଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷକମାନଙ୍କ ମଧ୍ୟରେ ପ୍ରାକୃତିକ ଏବଂ ଜୈବିକ ଚାଷ ପ୍ରଣାଳୀ ପ୍ରତି ସଚେତନତା ସୃଷ୍ଟି ଏବଂ ରାସାୟନିକ ସାର ଓ କୀଟନାଶକର ବିକଳ୍ପ ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଓ ସଚିବ, ଜିଲ୍ଲା କୃଷକ ସମ୍ବାଦ ସଭାପତି, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ତଥା ପ୍ରମୂଖ ଶଶାଙ୍କ ଲେଙ୍କା, ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତି ହସ୍ତାନ୍ତର କେନ୍ଦ୍ରର ଦାୟିତ୍ୱ ପ୍ରାପ୍ତ ଅଧିକାରୀ ବିମାନ ରଞ୍ଜନ ବେହେରା, କୃଷି ଜିଲ୍ଲା ଅଧିକାରୀ, ଉମରକୋଟ ନିହାର ରଞ୍ଜନ ନାୟକ, କୃଷି ଜିଲ୍ଲା ଅଧିକାରୀ, ପାପଡ଼ାହାଣ୍ଡି ବିଶ୍ୱଜିତ୍ ସାହୁ ପ୍ରମୁଖ ପ୍ରାକୃତିକ ଚାଷର ଗୁରୁତ୍ୱ, ଜୀବାମୃତ, ଘନ ଜୀବାମୃତ, ବୀଜାମୃତ ପ୍ରସ୍ତୁତି ଏବଂ ଜୈବିକ କୃଷିର ବିଭିନ୍ନ ଉପାଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହିତ ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ କୃଷକଙ୍କ ଆୟ ବୃଦ୍ଧିରେ ପ୍ରାକୃତିକ ଓ ଜୈବିକ ଚାଷର ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।  ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୫୦ରୁ ଉର୍ଦ୍ଧ୍ବ କୃଷକମାନେ ଏହି କର୍ମଶାଳାରେ ଯୋଗଦେଇ ନିଜର ଅନୁଭୂତି ବାଣ୍ଟିବା ସହ ବିଶେଷଜ୍ଞମାନଙ୍କ ସହ ମତ ବିନିମୟ କରିଥିଲେ। ଶେଷରେ କୃଷକମାନଙ୍କୁ ପ୍ରାକୃତିକ ଓ ଜୈବିକ ଚାଷ ପ୍ରଣାଳୀ ଅବଲମ୍ବନ କରିବାକୁ ଆହ୍ୱାନ କରାଯାଇଥିଲା।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l