Hot Posts

6/recent/ticker-posts

ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ

ଲୋଇସିଂହା, ୧୯/୦୬ ( ମୋତିଲାଲ ସାହୁ ) : ଆଜି ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଙ୍କ ତତ୍ୱାବଧାନ ରେ ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମଂଚାସୀନ ଅତିଥି ଭାବେ ଅତିରିକ୍ତ ତହସିଲଦାର ଲୋଇସିଂହା ଅଭିନ୍ନା ପ୍ରଧାନ, ଏବିଡିଓ ଶ୍ରୀ କିଶୋରଚନ୍ଦ୍ର ମାନସିଂହ, ବିଏସଏସଓ ଶ୍ରୀ ଭବେଶ ସାହୁ, ଜିପିଡିଓ ସଞ୍ଜୟ କୁମାର ମାଝୀ, ଏ.ଇ. ଇ ଶ୍ରୀ ସିଦ୍ଧାର୍ଥ ପାଢ଼ୀ, ବିଧାୟକ ଙ୍କ ଲୋଇସିଂହା ପ୍ରତିନିଧି ଶ୍ରୀ ଗୌରାଙ୍ଗ ନାଏକ, ସରପଞ୍ଚ ନବକିଶୋର ନାଏକ, ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l ଆଜି ର କାର୍ଯ୍ୟକ୍ରମ ହେଉଛି ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ସରକାରୀ ଯୋଜନା ପ୍ରଦର୍ଶନୀ l ଅତିଥି ମାନେ ହିତାଧିକାରୀ ଙ୍କୁ ନୂତନ ଭତ୍ତା 52, ଆବାସ ଗୃହ 22 ସମେତ ରାସନ କାର୍ଡ ବଣ୍ଟନ କରିଥିଲେ l ଆଜିର କାର୍ଯ୍ୟକ୍ରମ ସି. ପି. ଦେବବ୍ରତ ଶର୍ମା ମଞ୍ଚପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l