ଅଘୋଷିତ ବିଦୂତ କାଟ ବିରୋଧରେ ବିଜେଡି
ଜୟପୁର, ୧୯/୦୬ ( ଏ. ଭେଙ୍କଟ ରାଓ ) : ସହରରେ ଲଗାତାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ତେଜିଛି ରାଜନୀତି। ଉପଭୋକ୍ତାମାନେ ବିଦ୍ୟୁତ ସେବାରେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ, ସହରର ବିଭିନ୍ନ ଅଞ୍ଚଳରେ ବାରମ୍ବାର ଏବଂ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରୋଇ କାର୍ଯ୍ୟଠାରୁ ଆରମ୍ଭ କରି ବ୍ୟବସାୟିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଆସୁଛି |ଏହି ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଠାରେ ଦଳୀୟ ନେତାମାନେ ଟାଟା ପାୱରର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇବା ସହ ବିଦ୍ୟୁତ ସେବାରେ ସୁଧାର ଆଣିବାକୁ ଦାବି କରିଥିଲେ। ଏହାକୁ ନେଇ ଆନ୍ଦୋଳନାତ୍ମକ ପଦକ୍ଷେପ ଘୋଷଣା କରିଛି ବିଜେଡି। ଆସନ୍ତାକାଲି ଟାଟା ପାୱର କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ରବି ନାରାୟଣ ନନ୍ଦ ( ପୂର୍ବତନ ମନ୍ତ୍ରୀ ବିଜେଡି ଜୟପୁର )