Hot Posts

6/recent/ticker-posts

ବାଲିଆପାଳ ଅଖିଳ ଭୂ ମଣ୍ଡଳୀୟ ଶିରୋମଣି ଶିବମୁନି ଯୋଗାଶ୍ରମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବାଲିଆପାଳ, ୨୧/୦୬ ( ସନ୍ୟାସୀ ବେହେରା ) : ତା 21/6/26 ରିଖ ରବିବାର ବାଲିଆପାଳ ସ୍ଥିତ ଅଖିଳ ଭୂ ମଣ୍ଡଳୀୟ ଶିରୋମଣି ଶିବ ମୁନି ଯୋଗାଶ୍ରମରେ ଆନ୍ତର୍ଜାତିକ ଯୋଗ ଦିବସ ମୁନିରାଜ ସନ୍ନ୍ୟାସୀ ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି |ମୁନି ଡ଼ଃ ସୁବ୍ରତ କୁମାର ସାହୁ, ମୁନି ଜନ୍ମେଞ୍ଜୟ ସାହୁ ଓ ମୁନିଶ୍ରେଶ୍ରେଷ୍ଠ ବହ୍ନି ଶିଖା ଭଦ୍ରା ମଂଚାସୀନ ହୋଇ ପ୍ରାଣାୟାମ, ଯୋଗ ସମ୍ଭଧୀୟ ପ୍ରବଚନ ଦେଇଥିଲେ | ଭାରତୀୟ ସୃଷ୍ଠ ଯୋଗ ଆଜି ଆମ ପ୍ରଧାନମନ୍ତ୍ରୀ ମୋଦି ପାଇଁ ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳିତ ହୋଇ ପାରିଛି ବୋଲି ମୁନିରାଜ ସନ୍ୟାସୀ ଜେନା ପ୍ରବଚନରେ କହିଥିଲେ | ପ୍ରତ୍ୟେକ ସାପ୍ତାହିକ ଶନିବାର 7AM ରେ ବହୁଳ ସଂଖ୍ୟାରେ ଆସିବାକୁ ମୁନି ଜନ୍ମେଞ୍ଜୟ ସାହୁ ସମସ୍ତଙ୍କୁ ଆସିବାକୁ ଅନୁରୋଧ କରିଥିଲେ | ଏହି ଯୋଗ କାର୍ଯ୍ୟକ୍ରମରେ ସାଧକ ଡ଼ଃ ସନ୍ନ୍ୟାସୀ ବେହେରା, ଯୋଗୀ ନୀଳକଣ୍ଠ ପାତ୍ର, ବୀଣାପାଣି ଲାତ୍ର, ବିଷ୍ନୁପ୍ରିୟା ସାହୁ, ମାଧବ ଖଣ୍ଡା, ସୁଭଦ୍ରା ମହାନ୍ନା, ମଞ୍ଜୁ ଜେନା, ମୁରଲୀଧର ଜେନା, ଖଗେନ୍ଦ୍ର ମହାଳିକ, ରଙ୍କୁବାଳା ପାତ୍ର, ସସ୍ମିତା ସାହୁ ଓ ସାଇଁସ୍ମିତା ସାହୁ ଯୋଗ ଦେଇଥିଲେ |