ମହେନ୍ଦ୍ରଗିରି: ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ଅମୂଲ୍ୟ ଧରୋହର
ରାୟଗଡ଼ା, ୧୮/୦୬ ( ଭି. ଗୌରି ଶଙ୍କର ରାଓ ) : ମହେନ୍ଦ୍ରଗିରି କେବଳ ଏକ ପାହାଡ଼ ନୁହେଁ, ଏହା ଓଡ଼ିଶାର ଗୌରବମୟ ଐତିହ୍ୟ, ସମୃଦ୍ଧ ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାର ଜୀବନ୍ତ ପ୍ରତୀକ। ଏହି ଅମୂଲ୍ୟ ଧରୋହରର ସୁରକ୍ଷା, ସଂରକ୍ଷଣ ଓ ସୁସ୍ଥ ବିକାଶର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମହେନ୍ଦ୍ରଗିରି ଅଞ୍ଚଳ ପରିଦର୍ଶନ କରିଥିଲା। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଦାସଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ରେ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ବିଧାୟକ ଶ୍ରୀ ନୀଳମାଧବ ଉଲାକା, ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗୋ, ରାଜ୍ୟ କଂଗ୍ରେସ ପ୍ରବକ୍ତା ଶ୍ରୀମତୀ ସୋନାଲି ସାହୁ ଓ ଶ୍ରୀମତୀ ମନୀଷା ଦାସ ପଟ୍ଟନାୟକ, ଗଞ୍ଜାମ (ପୂର୍ବ) ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଏବଂ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଶଙ୍କର ପ୍ରଧାନ ସାମିଲ ହୋଇ ମହେନ୍ଦ୍ରଗିରିର ବିଭିନ୍ନ ଦିଗର ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଲୋକଙ୍କ ଭାବନା, ପ୍ରାଚୀନ ଐତିହ୍ୟର ସୁରକ୍ଷା ଏବଂ ପରିବେଶର ସନ୍ତୁଳନକୁ ସର୍ବାଧିକ ଗୁରୁତ୍ୱ ଦେଇ ମହେନ୍ଦ୍ରଗିରିର ଗୌରବ ଓ ସ୍ୱକୀୟତା ଅକ୍ଷୁଣ୍ଣ ରଖିବା ପାଇଁ କଂଗ୍ରେସ ସଦା ସଚେତନ ଓ ପ୍ରତିବଦ୍ଧ। ଐତିହ୍ୟର ସୁରକ୍ଷା, ସଂସ୍କୃତିର ସମ୍ମାନ ଏବଂ ଓଡ଼ିଶାର ଗୌରବର ରକ୍ଷା ପାଇଁ ଆମେ ସଂକଳ୍ପବଦ୍